ସମୀକ୍ଷା ବ୍ୟୁରୋ
କଟକ, 23/12 : ଆଜି ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିରର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଛି । କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା ଶୁଣାଣୀ ପାଇଁ ଏଏସଆଇ ମହାନିର୍ଦ୍ଦେଶକ ହାଇକୋର୍ଟରେ ହାଜର ହୋଇଛନ୍ତି । ବାତ୍ୟା ଫୋନିରେ ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ସୂର୍ଯ୍ୟ ମନ୍ଦିର କ୍ଷୟକ୍ଷତିର ମରାମତି ନେଇ ଏଏସଆଇକୁ ଦାୟିତ୍ୱ ଦିଆଯାଇଥିଲା । ଏହା ଉପରେ ଆଜି ହାଇକୋର୍ଟରେ ଶୁଣାଣୀ କରାଯାଇ ଆସନ୍ତା ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଣାର୍କ ମନ୍ଦିର ମରାମତି ତଥା ସୁରକ୍ଷା ନେଇ କ’ଣ ସବୁ ଯୋଜନା ପ୍ରସ୍ତୁତ ହୋଇଛି ତାହା ବିଷୟରେ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ ୪ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।