![jagan mohan gift to asha karmi](https://thesamikhsya.com/odia/wp-content/uploads/2019/06/jaganmohan.jpg)
ଆନ୍ଧ୍ରପ୍ରଦେଶ, 23/12: ଏନ୍ଆରସିକୁ ନେଇ ବିରୋଧୀମାନେ ସରକାରକୁ ଘେରିଥିବାବେଳେ ଅନେକ ରାଜ୍ୟ ଏହାକୁ ଲାଗୁ ନ କରିବା ନେଇ ଘୋଷଣା କରିସାରିଛନ୍ତି। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ ଏନ୍ଆରସି ରାଜ୍ୟରେ ଲାଗୁ ନ କରିବା ନେଇ ଘୋଷଣା କରିଛି। ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର୍ (ଏନ୍ଆରସି) ଲାଗୁ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ରେଡ୍ଡି କହିଛନ୍ତି ଯେ, ପ୍ରଦେଶରେ ଏନ୍ଆରସି ଲାଗୁ ହେବ ନାହିଁ। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପ୍ରଥମରୁ କହିଥିଲେ ଯେ, ରାଜ୍ୟରେ ରହିଥିବା ସଂଖ୍ୟାଲଘୁକୁ ଏନେଇ ଡରିବାର ଆବଶ୍ୟକତା ନାହିଁ। ଆନ୍ଧ୍ରପ୍ରଦେଶରେ ଏନ୍ଆରସିକୁ ଲାଗୁ ହେବ ନାହିଁ। ଜଗନମୋହନ ରେଡ୍ଡି କହିଛନ୍ତି ଯେ, ତାଙ୍କ ସରକାର ପୂରା ଦେଶରେ ଏନ୍ଆରସିର ବିରୋଧ କରିବେ। ଏନ୍ଆରସିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଡିୟୁର ନୀତିଶ କୁମାର ରାଜ୍ୟରେ ଲାଗୁ କରିବା ପାଇଁ ମନା କରିସାରିଛନ୍ତି।(ଏଜେନ୍ସି)
Tags: jaganmohanreddy, NRC