ସମୀକ୍ଷା ବ୍ୟୁରୋ
ମୟୂରଭଞ୍ଜ, 25/12: ମୟୂରଭଞ୍ଜ ବାଙ୍ଗିରୀପୋଷି ଗୋଷାଣିପାଳ ଗାଁରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଶୈାଚ ପାଇଁ ଯାଇଥିବା ସମୟରେ ହାତୀ ତାଙ୍କୁ ଦଳି ଦେଇଥିବା ରସୂଚନା ରହିଛି । ସୂଚନା ଅନୁସାରେ ମୟୂରଭଞ୍ଜ ବାଙ୍ଗିରୀପୋଷି ଗୋଷାଣିପାଳ ଗାଁରେ ଆଜି ଜଣେ ମହିଳା ଭୋର ସକାଳୁ କାତରା ନଦୀକୁ ଶୌଚ ହେବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହାତୀପଲ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ହାତୀ ତାଙ୍କୁ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତା ମହିଳାଜଣକ ହେଉଛନ୍ତି ସ୍ନେହଲତା ସେଠୀ।ଖବର ପାଇ ଘଟଣାସ୍ଥଳରେ ବାଙ୍ଗିରୀପୋଷି ରେଞ୍ଜର ପହଞ୍ଚି ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଭାବେ ୪୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି ।