Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶାସନର ଷାଠିଏ ମାସ ପରେ ବି ପ୍ରତିଶୃତି ସମାବେଶ, ବିଜେପିର ନୂଆ ଜୁମଲା
ବିଶେଷ ଖବର

ଶାସନର ଷାଠିଏ ମାସ ପରେ ବି ପ୍ରତିଶୃତି ସମାବେଶ, ବିଜେପିର ନୂଆ ଜୁମଲା

February 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରତି ଭାରତୀୟଙ୍କ ଏକାଉଣ୍ଟରେ ପନ୍ଦର ଲକ୍ଷ ଟଙ୍କା, ସେ ପ୍ରତିଶୃତି ଥିଲା ନା ଜୁମଲା?

ବର୍ଷକୁ ଦୁଇ କୋଟି ଯୁବକଙ୍କୁ ରୋଜଗାର, ସେ ପ୍ରତିଶୃତି ଥିଲା ନା କେବଳ ଧୂଆଁବାଣ?

କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ, ସେଟା ସତ୍ୟ ନା ମହାମିଥ୍ୟା?

୧୦୦ ସ୍ମାର୍ଟ ସିଟିର ନିର୍ମାଣ, ସାଗରମାଳା ପ୍ରକଳ୍ପ, ଦରଦାମ ନିୟନ୍ତ୍ରଣ ଲାଗି ସ୍ଵତନ୍ତ୍ର ପାଣ୍ଠି ଗଠନ, ଲୋକପାଳ….. ତାଲିକା ଅସରନ୍ତି, ସେସବୁ କେବଳ ପାଣିର ଗାର ହୋଇ ରହିଯାଇଛି। ଅଥଚ ୨୦୧୪ ନିର୍ବାଚନ ପୂର୍ବରୁ କୁହାଯାଉଥିଲା, “ଆପଣମାନେ କଂଗ୍ରେସକୁ ଷାଠିଏ ବର୍ଷର ସମୟ ଦେଇଛନ୍ତି, ମୋତେ ମାତ୍ର ଷାଠିଏ ମାସର ସମୟ ଦିଅନ୍ତୁ। ଷାଠିଏ ମାସର ସମୟରେ ମୁଁ ନୂଆ ଭାରତ ଗଢିଦେବି। “ ଷାଠିଏ ମାସରୁ ୫୭ ମାସ ଯାଇସାରିଲାଣି। ଯାହା କୁହାଯାଇଥିଲା ସେଥିରୁ କିଛି ବି ହୋଇନି। ଯାହା ହୋଇଛି ବୋଲି କୁହା ଯାଉଛି ସେଗୁଡିକ କେବଳ ନିର୍ମଳ ପ୍ରଚାର। ବର୍ଷକ ତଳର ଏକ ସୂଚନାରୁ ଜଣା ପଡିଥିଲା ଯେ ମୋଦୀ ସରକାର ଏପ୍ରିଲ ୨୦୧୪ ରୁ ଜୁଲାଇ ୨୦୧୮ ପର୍ୟନ୍ତ ୪୮୮୦ କୋଟି ଟଙ୍କା କେବଳ ବିଜ୍ଞାପନ ବାବଡକୁ ଖର୍ଚ୍ଚ କରିଥିଲେ। ସେତେବେଳେ ଗୋଟେ ଡିଜିଟାଲ ସଂସ୍ଥା ଏହାର ଆକଳନ କରି କହିଥିଲେ ଏତିକି ଟଙ୍କାରେ ଅତିକମରେ ସାଢେ ଚାରି କୋଟି ପିଲାଙ୍କୁ ବର୍ଷେ ପାଇଁ ଖାଇବାକୁ ଦିଆ ଯାଇପାରିଥାନ୍ତା କିମ୍ବା ୨୦ କୋଟି ଶ୍ରମିକଙ୍କୁ ମନରେଗା ରେ ପାରିଶ୍ରମିକ ଦିଆ ଯାଇପାରିଥାନ୍ତା। ଏତିକି ଟଙ୍କା ଖର୍ଚ୍ଚ ହୋଇଥିଲେ ଦଶଟି ମଙ୍ଗଳ ଅଭିଯାନ ସଫଳ ହୋଇପାରିଥାନ୍ତା।

ଛାଡନ୍ତୁ, ସେସବୁ ନକରି କେବଳ ୫୨ ମାସରେ ପ୍ରଚାର ଲାଗି ୪୮୮୦ କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରାଗଲା। ଜୁଲାଇ ୨୦୧୮ ରୁ ଆଜି ପର୍ଯନ୍ତ ଏ ଖର୍ଚ୍ଚ ଆହୁରି ବଢିଥିବ। ନିର୍ବାଚନ ବର୍ଷରେ ଅତିକମରେ ୨୦୦ କୋଟି ଟଙ୍କା ବିଜ୍ଞାପନ ବାବଦକୁ ଖର୍ଚ୍ଚ ହୋଇଥାଇପାରେ। ଏସବୁ ବାଦ ମୋଦୀ ସରକାରର ଅସଲ ଅବଦାନ କଣ? ପ୍ରତି କଥାରେ କୁହାଯାଉଛି, ଆମେ ଭ୍ରଷ୍ଟାଚାର ମୁକ୍ତ ସରକାର ଦେଇଛୁ। ହେଲେ ସ୍ଵାଧୀନ ଭାରତର ଇଏ ବୋଧହୁଏ ପ୍ରଥମ ସରକାର ଯିଏ କୌଣସି ପ୍ରକାର ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତ କରିବାକୁ ଦେଇ ନାହାନ୍ତି। ବ୍ୟାପମ ଠୁ ଆରମ୍ଭ କରି ରାଫାଲେ ପର୍ଯନ୍ତ ସବୁକଥାରେ ଏ ସରକାର ନିଜେ ନିଜକୁ ପ୍ରମାଣପତ୍ର ଦେଇ ଚାଲିଛି।

ଉଚ୍ଚ ଅଦାଲତର ବିଚାରପତି ନିଯୁକ୍ତି ସମ୍ପର୍କିତ ଗୋଟିଏ ବି ଫାଇଲକୁ ଏ ସରକାର ସହଜରେ ମଞ୍ଜୁରୀ ଦେଇନାହିଁ। ସିବିଆଇ ନିର୍ଦ୍ଦେଶକ ଭଳି ପଦବୀକୁ ଖେଳନା ପରି ଖେଳା ଯାଇଛି। ଲୋକପାଳ ନିଯୁକ୍ତି ଯେମିତି ହୋଇନପାରେ ସେଥିଲାଗି ସୁପ୍ରିମ କୋର୍ଟରେ ବାରମ୍ବାର ବାହାନା କରାଯାଇଛି। କୌଣସି ବି ତଥ୍ୟ ଏ ସରକାର ଦେଇ ନାହାନ୍ତି ଯାହାକୁ ଆଖି ବୁଜି ବିଶ୍ଵାସ କରିହେବ। ତଥ୍ୟ ଓ ପରିସଙ୍ଖ୍ୟାନ ବଦଳାଇବାରେ ମୋଦୀ ସରକାର ସବୁ ରେକର୍ଡ ଭାଙ୍ଗିଛି। ପରିବର୍ତ୍ତିତ ଡାଟା ଓ ମିଛ ପରିସଙ୍ଖ୍ୟାନରେ ବି ଭାରତ ର ସ୍ଥିତି ଅର୍ଥନୈତିକ କିମ୍ବା ସାମାଜିକ ଦୃଷ୍ଟିରୁ ସେତେ ଉନ୍ନତ ଦେଖା ଯାଉନାହିଁ। କେବଳ ପାଞ୍ଚ ବର୍ଷ ସମୟ ଭାଷଣ ଓ ପ୍ରବଚନ ରେ ସରିଗଲା। ଏବେ ପାଞ୍ଚ ବର୍ଷ ପରେ ନୂଆ ନିର୍ବାଚନକୁ ଯିବା ପୂର୍ବରୁ ପୁଣି ପ୍ରତିଶୃତି ସମାବେଶର ଆୟୋଜନ ଚାଲିଛି।

ଗତ କାଲିଠୁ ପୁଣି ନୂଆ ପ୍ରତିଶୃତି ସମାବେଶ ଆରମ୍ଭ ହୋଇଛି। ଏଥର କୁଆଡେ ଲୋକଙ୍କୁ ଲିଖିତ ପ୍ରତିଶୃତି ଦିଆଯିବ।। ଚୁଲି ଚାଉଳ ସବୁ ମାଗଣା। ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀ ଭାଷଣ ଦେଇ କହୁଥିଲେ ତାଙ୍କ ସରକାର ଆସିଲେ ସବୁ ମିଳିବ । ଅର୍ଥାତ ସରକାର ପୂରା ଘର ଚଳାଇବେ। ଦେଶ ଚଳାଇବା ଅପେକ୍ଷା ଏବେ ଲୋକଙ୍କ ଘର ଚଳାଇବା ସରକାରଙ୍କ ମୁଖ୍ୟ କାମ ହେଲାଣି। ଖାଲି ଯେ ସରକାରୀ ଦଳ ସେକଥା କରୁଛନ୍ତି, ତା ନୁହେଁ, ଆପାତତଃ ସବୁ ରାଜନୈତିକ ଦଳ ଏବେ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବା ବଦଳରେ ଛୋଟମୋଟ ଦାନ ଦେବାକୁ ଅଧିକ ଗ୍ରହଣୀୟ ବୋଲି ଭାବୁଛନ୍ତି।

ନିର୍ବାଚନ ଆଗରୁ ଏ ପ୍ରତିଶୃତିର ନାଟକକୁ ଭୋଟର ଯେ ବୁଝୁନାହାନ୍ତି ତା ନୁହେଁ, ସେମାନେ ଏ ନାଟକକୁ ବେଶ ଭଲ ଭାବରେ ବୁଝନ୍ତି ଓ ଉପଯୁକ୍ତ ସମୟରେ ନାଟକର ଯବନିକା ପତନ କରିବାର କଳା ମଧ୍ୟ ଲୋକଙ୍କୁ ବେଶ ଜଣା!!

Modi thesamikhshya
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.