ଚେନ୍ନାଇ, 26/12 : ତାମିଲ ଅଭିନେତା ସିଦ୍ଧାର୍ଥ କ୍ରିଷ୍ଣନ୍ ଏବଂ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଭେତା ଥୋମାସ୍ ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ସୁଧନ୍ ସୁନ୍ଦରମ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୁଇ ଜଣ ମୁଖ୍ୟ ଅଭିନେତ୍ରୀ ରହିଥିବା ଜଣାପଡିଛି । ଫିଲ୍ମଟିର ନାମ ଟକ୍କର ରହିଥିବା ବେଳେ ଫିଲ୍ମଟି ଉଭୟ ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ଜଣାପଡିଛି । ନିଭେତା ରଜନୀକାନ୍ତଙ୍କ ଅଭିନୀତ ଦର୍ବାରରେ ଏକ ପ୍ରମୁଖ ଭୂମିକାରେ ମଧ୍ୟ ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ବ୍ୟତୀତ ନିଭେତା ପିଙ୍କର ତେଲୁଗୁ ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି । ଏହି ଅନ୍ଟାଇଟଲ୍ଡ ଫିଲ୍ମରେ ନିଭେତା ତାପସୀ ପାନ୍ନୁଙ୍କ ଚରିତ୍ରରେ ନଜର ଆସିବେ ।