ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର, ୨୮/୧୨: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର୧୩୪ତମ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ପରେ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଜେଡି ସରକାର କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ ଦେଉଥିବା ବେଳେ ରାଜ୍ୟରେ ବିରୋଧ କରି ଦୋମୁହାଁ ନୀତି ଆପଣାଉଥିବାରୁ ସେ ସମାଲୋଚନା କରିଥିଲେ। ସମସ୍ତ କର୍ମୀ ଦେଶବଂଚାଅ – ସମ୍ବିଧାନ ବଂଚାଅ ପ୍ରତି ଜାଗ୍ରହ ପ୍ରହରୀ ଭାବରେ କାର୍ଯ୍ୟ କରିବାକୁ ନିବେଦନ କରିବା ସହ ଶ୍ରୀପଟ୍ଟନାୟକ ଭାରତର ସମ୍ବିଧାନ ପ୍ରସ୍ତାବନା ପାଠ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସିସଂପାଦକ ଶ୍ରୀ ରୁଦ୍ର ରାଜୁ, ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ ପ୍ରମୁଖ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ, ଆଦର୍ଶ ଏବଂ ବଳିଦାନ ସଂପର୍କରେ ଆଲୋକପାତ କରିଥିଲେ। “ଦେଶ ବଂଚାଅ – ସମ୍ବାଧାନ ବଂଚାଅ ଉଦ୍ଦେଶ୍ୟରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ବିଭିନ୍ନ ସରକାର ବିରୋଧି ସ୍ଲୋଗାନମାନ ଦେଇ କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ଦେଇ ପୁଣି କଂଗ୍ରେସ ଭବନ ଠାରେ ପହଂଚିଥିଲେ।