Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ବିଧାୟକଙ୍କ ନିଆରା ନବବର୍ଷ ପାଳନ, ନେହୁରୁ ସେବାସଂଘର ପିଲାଙ୍କ ସହ କାଟିଲେ ଦିନ
ଆଞ୍ଚଳିକ

ଚିଲିକା ବିଧାୟକଙ୍କ ନିଆରା ନବବର୍ଷ ପାଳନ, ନେହୁରୁ ସେବାସଂଘର ପିଲାଙ୍କ ସହ କାଟିଲେ ଦିନ

January 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର, ୨/୧: ଅଭିନବ ଉପାୟରେ ନବବର୍ଷକୁ ପାଳିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ। ଶ୍ରୀ ଜଗଦ୍ଦେବ ନେହୁରୁ ସେବାସଂଘରେ ନବବର୍ଷକୁ ପାଳନ କରିଛନ୍ତି। ନେହୁରୁ ସେବା ସଂଘର ଶିଶୁମାନଙ୍କ ସହ କେକ୍ କାଟି  ନାଚ ଗୀତରେ ଝୁମିଥିଲେ। ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କୁ ନବବର୍ଷର ଖୁସି ଦେବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିଲେ ଚିଲିକା ବିଧାୟକ। ଏହି ଅବସରରେ ଏହି ସେବାସଂଘ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ପିଲାମାନେ ନୃତ୍ୟ ଗୀତରେ ବେଶ୍‌ ମସଗୁଲ୍‌ ରହିଥିଲେ। ସ୍ଥାନୀୟ ବିଧାୟକ ପିଲାମାନଙ୍କ ନୃତ୍ୟରେ ଖୁସି ହୋଇ ପ୍ରତ୍ୟେକ ନୃତ୍ୟକୁ ୫୦୦ଟଙ୍କା ଲେଖାଏଁ ଅର୍ଥରାଶି ସହ ଫୁଲତୋଡା ପ୍ରଦାନ କରିଥିଲେ। ଏହି ଅବସରରେ ପିଲାମାନଙ୍କ ସହ ଫଟୋ ଉଠାଇବା ସହିତ ସମସ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ଶ୍ରୀ ଜଗଦ୍ଦେବ।

ଏକ ନିଆରା ନବବର୍ଷ ପାଳନ କରିବା ଅବସରରେ ବିଧାୟକ ଏହି ସେବାସଂଘକୁ ଏକ ପୁଣ୍ୟଭୂମି ବୋଲି କହିଛନ୍ତି। ଏହା ବାଣପୁରର ଗର୍ବ। ଏମାନେ ଏକା ନୁହଁନ୍ତି, ସରକାର ଏହି ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କ ସହ ସବୁବେଳେ ରହିଛନ୍ତି ବୋଲି କହିଥିଲେ ଶ୍ରୀ ଜଗଦ୍ଦେବ। ପିଲାମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ଜଗନ୍ନାଥଙ୍କ ପାଖରେ ଏହି ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତର କାମନା ମଧ୍ୟ କରିଛନ୍ତି। ଏହି ଅବସରରେ ନିଜେ ହାତରେ ରାତ୍ର ଭୋଜନ ପରିଷିବା ସହିତ ପିଲାମାନଙ୍କ ସହ ଏକାଠି ଭୋଜନ ମଧ୍ୟ କରିଥିଲେ ବିଧାୟକ। ଏହି ଉତ୍ସବରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ସୁରେନ୍ଦ୍ରନାଥ ପାତ୍ର, ବାଣପୁର ବ୍ଲକ ବିଡିଓ ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ବହୁ ମୂଲ୍ୟବାନ ସମୟ ଦେଇଥିବାରୁ ନେହୁରୁ ସେବାସଂଘର କର୍ତ୍ତୃପକ୍ଷ ଓ ପିଲାମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ନବବର୍ଷର ଅଭିନନ୍ଦନ ଜଣାଇଥିଲେ।

ରିପୋର୍ଟର: ସୁନୀଲ କୁମାର ଭୋଳ

ଚିଲିକା ବିଧାୟକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026
Latest News

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026

ବେଙ୍ଗାଲୁରୁରେ 2 ଲକ୍ଷ ଦରମା ସତ୍ତ୍ୱେ ଗରିବ ମନେ କରନ୍ତି ଯୁବକ: ଜାଣନ୍ତୁ କାରଣ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.