Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାରିପଦାରେ ବିଜେଡିର ଆଦିବାସୀ ସମ୍ମିଳନୀ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ସମ୍ମାନର ପ୍ରଶ୍ନ
ବିଶେଷ ଖବର

ବାରିପଦାରେ ବିଜେଡିର ଆଦିବାସୀ ସମ୍ମିଳନୀ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ସମ୍ମାନର ପ୍ରଶ୍ନ

January 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାରିପଦାରେ ବିଜେଡିର ଆଦିବାସୀ ସମ୍ମିଳନୀ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ସମ୍ମାନର ପ୍ରଶ୍ନ

ସମୀକ୍ଷା ବ୍ୟୁରୋ

ବାରିପଦା: ବୁଧବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବାରିପଦା ଗସ୍ତରେ ଯାଉଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେ ମୟୁରଭଂଜ ଜିଲ୍ଲାର ଆଦିବାସୀ ମହା ସମ୍ମିଳନୀରେ ଯୋଗଦେବେ।  ବିଜେଡି ତରଫରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ଆଦିବାସୀ ଯୋଗଦେବା ପାଇଁ ଦଳ ତରଫରୁ ଦୀର୍ଘଦିନରୁ ପ୍ରସ୍ତୁତି କରାଯାଇଛି। ଏଥିସହିତ ସେଠାରେ ଆଦିନୀ ଗ୍ରୁପ ଓ ଭୁବନେଶ୍ବର କିସର ମିଳିତ ସହଯୋଗରେ ଏକ ଆଦିବାସୀ ସ୍କୁଲକୁ ନବୀନ ମଧ୍ୟ ଶୁଭାରମ୍ଭ କରିବେ। ଏହି ଗସ୍ତ ଅବସରରେ ନବୀନ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବେ। ତେବେ ବିଜେଡି ପ୍ରତି ଆଦିବାସୀଙ୍କ କିପରି ସମର୍ଥନ ରହିଛି ଏହା ହେଉଛି ତାହାର ଏକ ଶକ୍ତି ପରୀକ୍ଷା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ମୟୁରଭଂଜ ଜିଲ୍ଲାରେ ବିଜେଡିର ସ୍ଥିତି ଭଲ ନାହିଁ। ଏଥର ନିର୍ବାଚନରେ ମଧ୍ୟ ବିଜେଡି ମୟୁରଭଂଜରୁ ଯେପରି ଆଶା କରିଥିଲା ତାହା ମିଳିଲା ନାହିଁ। ମୁଖ୍ୟତଃ ଏହି ଜିଲ୍ଲାର ଦଳର ଯେଉଁ ତୁଙ୍ଗ ନେତାମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ବିଜେଡି ତାହାର ସ୍ଥିତି ମଜବୁତ କରିପାରୁ ନାହିଁ। ଫଳରେ ବିଜେଡି ସୁପ୍ରିମୋ ସେହି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ପରିବର୍ତ୍ତନ କରି ପ୍ରଣବ ପ୍ରକାଶ ଦାସଙ୍କ ହାତରେ ଅର୍ପଣ କରିଛନ୍ତି। ବର୍ତ୍ତମାନ ଏହି ଆଦିବାସୀ ସମ୍ମଳନୀ ବିଜେଡି ପାଇଁ ଯେତିକି ସମ୍ମାନର ପ୍ରଶ୍ନ ନୁହେଁ ତାଠାରୁ ଅଧିକ ସମ୍ମାନର ପ୍ରଶ୍ନ ହେଉଛି ପୂର୍ବତ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର। ସେଥିପାଇଁ ଏହି ସମ୍ମିଳନୀର ସଫଳତାକୁ ନେଇ ବିଜେଡିର କେତେକ ତୁଙ୍ଗ ନେତା ମଧ୍ୟ ଅନେଇ ବସିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025
Latest News

ଖୋର୍ଦ୍ଧା ରୋଡ ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳ ବାତିଲ

November 18, 2025

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

November 18, 2025

ଶେଖ ହସିନାଙ୍କ ଫାଶୀଦଣ୍ଡର ପ୍ରଭାବ?: ଭାରତ-ବାଂଲାଦେଶ ସିରିଜ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବିସିସିଆଇ 

November 18, 2025

ବଡ଼କୁଡା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

November 18, 2025

ବାଣପୁରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.