Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫେବୃଆରୀ ଏକ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥାପନ କରିବେ କି କେନ୍ଦ୍ରୀୟ ବଜେଟ?
ବିଶେଷ ଖବର

ଫେବୃଆରୀ ଏକ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥାପନ କରିବେ କି କେନ୍ଦ୍ରୀୟ ବଜେଟ?

January 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆସନ୍ତା ଫେବୃଆରି ୧ ତାରିଖ ଦିନ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ବଜେଟ ଉପସ୍ଥାପନ କରିବେ କି? ଏମିତି ଏକ ପ୍ରଶ୍ନକୁ କେହି କେହି ଅବାନ୍ତର ବୋଲି  କହିପାରନ୍ତି। ଇତିମଧ୍ୟରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପାଇଁ ନୋଟିସ ଆସିଗଲାଣି। ଅର୍ଥମନ୍ତ୍ରୀ ତାଙ୍କ ବିଭାଗରେ ହାଲୁଆ ତିଆରି କରି ବଜେଟ ପ୍ରସ୍ତୁତି ଆରମ୍ଭ କଲେଣି। ତା ପରେ ବି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ କି ନାହିଁ ବୋଲି ସନ୍ଦେହର କାରଣ କଣ? ଏହି ସନ୍ଦେହର ଏକମାତ୍ର କାରଣ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ବାର୍ତ୍ତା। ଗତ ଦୁଇଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବଡ ବଡ ଶିଲ୍ପପତି, ବ୍ୟବସାୟୀ, ଅର୍ଥନୀତିଜ୍ଞ ଓ ଶିଳ୍ପ ବିଶାରଦମାନଙ୍କ ସହିତ ଆଲୋଚନା କରୁଛନ୍ତି। ବଜେଟ ପ୍ରସ୍ତୁତି ପୂର୍ବରୁ ଅର୍ଥ ମନ୍ତ୍ରୀ ଦେଶର ବିଭିନ୍ନ ବରଗଡ଼ ଲୋକଙ୍କ ସହିତ ଏ ବିଷୟରେ ଆଲୋଚନା କରିଥାନ୍ତି। ଏଥର କିନ୍ତୁ ଅର୍ଥମନ୍ତ୍ରୀଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ସେ କାମଟି କରୁଛନ୍ତି। ତେଣୁ ଆମେ ପଚାରିଥିବା ପ୍ରଶ୍ନଟି ସ୍ଵାଭାବିକ ନୁହେଁ କି?

ଭାରତୀୟ ଅର୍ଥନୀତିର ସ୍ଥିତି ଓ ଗତି ଶୋଚନୀୟ ଭାବରେ ଦୁର୍ବଳ ବୋଲି ସ୍ପଷ୍ଟ ସଙ୍କେତ ମିଳିସାରିଛି। ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ୫% ଭିତରେ ରହିବ ବୋଲି ବିଶ୍ଵ ବ୍ୟାଙ୍କ ସ୍ପଷ୍ଟ ଭାବରେ କହିସାରିଛି। ଇତି ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥା ଅଧିକରୁ ଅଧିକ ଦୁର୍ବଳ ହୋଇଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନିଜର ପାଞ୍ଚ ଟ୍ରିଲିଅନ ଡଲାରର ସ୍ଵପ୍ନ କଥା ଦୋହରାଇ ଚାଲିଛନ୍ତି। ବର୍ତ୍ତମାନର ଅଭିବୃଦ୍ଧି ହାର ଯଦି ଅବ୍ୟାହତ ରହେ ତାହେଲେ ୨୦୨୫ ସୁଦ୍ଧା ଏହା କେବଳ ଭାଷଣରେ ହିଁ ରହିବ। ଏପ୍ରିଲ-ଜୁନ-୨୦୧୮ ବେଳକୁ ଆମର ଅର୍ଥନୀତି ୮% ହାରରେ ବଢୁଥିବା ବେଳେ ସେପ୍ଟେମ୍ବର-୨୦୧୮ରୁ କମି କମି ଏହା ବର୍ତ୍ତମାନ ୪.୫% ରେ ପହଞ୍ଚିଛି। ଖୋଦ ବିଜେପିରେ ଥିବା ଅର୍ଥନୀତିଜ୍ଞ ସୁବ୍ରମନ୍ୟମ ସ୍ବାମୀଙ୍କ ମତରେ ଏହା ବାସ୍ତବରେ ୨.୫ ରୁ ୩% ଭିତରେ ହିଁ ସୀମିତ। ଏହି ପୃଷ୍ଠଭୂମିରେ ଅର୍ଥମନ୍ତ୍ରୀଙ୍କ ପାଇଁ ବଜେଟ ପ୍ରସ୍ତୁତି ଭୟଙ୍କର ଚିନ୍ତାର ବିଷୟ।

ଅର୍ଥନୀତିର ଜଟିଳ ଗଣିତକୁ ନଯାଇ ଆମେ ଯଦି ଏହାର ରାଜନୈତିକ ଦିଗକୁ ଦେଖିବା ତାହେଲେ, ଜଣେ ସଚେତନ ନାଗରିକର ମୁଣ୍ଡ ଘୂରିଯିବ। ଦେଶର ବଜେଟ ଓ ଅର୍ଥନୀତି ବିଷୟରେ ନୀତି ଆୟୋଗରେ ବୈଠକ ହେଉଛି ଯେଉଁଠି ଅର୍ଥମନ୍ତ୍ରୀ ନାହାନ୍ତି। ଏହା କି ପ୍ରକାର ସନ୍ଦେଶ ଦେଉଛି। ନିର୍ମଲା ସୀତାରମଣଙ୍କର ଏହା ଦ୍ଵିତୀୟ ବଜେଟ। ପ୍ରଥମ ବଜେଟ ପୂର୍ବରୁ ମଧ୍ୟ ଯେଉଁ ମନ୍ଥନ ପ୍ରକ୍ରିୟା ଚାଲିଥିଲା ସେଥିରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସମୟରେ ଅର୍ଥମନ୍ତ୍ରୀଙ୍କୁ ସାମିଲ କରାଯାଇନଥିଲା। ଗତକାଲି ନୀତି ଆୟୋଗରେ ବସିଥିବା ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ପରିବହନ ମନ୍ତ୍ରୀ ନୀତିନ ଗଦକରୀ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉପସ୍ଥିତ ଥିଲେ। ହେଲେ ଏମାନେ ତ କେହି ବଜେଟ ଉପସ୍ଥାପନ କରିବେ ନାହିଁ। ଅର୍ଥନୀତି ଦାୟିତ୍ବରେ ଥିବା  ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏ ପ୍ରକାର ବୈଠକର ଅର୍ଥ କଣ?

ଏହି ବୈଠକର  ଦୁଇ ଦିନ ଆଗରୁ ପ୍ରଧାନମନ୍ତ୍ରୀ ଦେଶର ବଡ ବଡ ଶିଳ୍ପପତିଙ୍କୁ ମଧ୍ୟ ଭେଟିଥିଲେ। ସେଥିରେ ମଧ୍ୟ ଅର୍ଥମନ୍ତ୍ରୀଙ୍କୁ ସାମିଲ କରାଯାଇନଥିଲା। ତାହେଲେ ଅର୍ଥମନ୍ତ୍ରୀ ଅଛନ୍ତି କାହିଁକି? ପ୍ରଧାନମନ୍ତ୍ରୀ ନିଜେ ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନା କରିବାରେ କୌଣସି ଅସୁବିଧା ନାହିଁ। କେବଳ ନାମକୁ ମାତ୍ର ଅର୍ଥମନ୍ତ୍ରୀଙ୍କୁ ବହିଖାତା ଧରାଇ ବଜେଟ ପଢିବାକୁ କହିବା ତାଙ୍କ ପ୍ରତି ଅପମାନ ନୁହେଁ କି? ଅବଶ୍ୟ ଅର୍ଥମନ୍ତ୍ରୀଙ୍କୁ କୁହାଯାଇଛି, ଭାରତୀୟ ଜନତା ପାର୍ଟି ଅଫିସରେ ବସି ବଜେଟ ସମ୍ପର୍କରେ ଦଳୀୟ କର୍ମୀଙ୍କ ମତାମତ ନେବା ପାଇଁ? ବଜେଟ ଉପସ୍ଥାପନ ସରକାରଙ୍କର ଦାୟିତ୍ଵ। ଏଥିରେ ଶାସକ ଦଳର ଭୂମିକା କଣ? ଯଦି ଅର୍ଥମନ୍ତ୍ରୀ କେବଳ ନିଜ ଦଳର ପରାମର୍ଶରେ ବଜେଟ କରିବାକୁ ଚ୍ଚିନତା କରୁଛନ୍ତି ତାହେଲେ ସେ ଏକ ଗଣତାନ୍ତ୍ରିକ ସରକାରୀ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛନ୍ତି। ସରକାର ଯଦିଓ ସଂଖ୍ୟାଗରିଷ୍ଠ ଦଳ ଗଢିଥାଏ, ହେଲେ ସରକାର ନିର୍ଦ୍ଦିଷ୍ଟ ଦଳର ସ୍ଵାର୍ଥରେ କାମ କରିବା ଅନୈତିକ। ଅର୍ଥମନ୍ତ୍ରୀ ସବୁ ରାଜନୈତିକ ଦଳ ଓ ପୂର୍ବତନ ଅର୍ଥମନ୍ତ୍ରୀମାନଙ୍କ  ସହ ଏ ବିଷୟରେ ଆଲୋଚନା କରିବା ନିତାନ୍ତ ଜରୁରୀ।

ଛାଡନ୍ତୁ, ଅର୍ଥମନ୍ତ୍ରୀଙ୍କର ଆବଶ୍ୟକତା ବା କଣ? ମୋଦୀ ସରକାରର ସବୁକିଛି କ୍ଷମତା ପ୍ରଧାନମନ୍ତ୍ରୀଙ୍କ ପାଖରେ ଠୁଳ ହୋଇ ରହିଛି। ଅର୍ଥମନ୍ତ୍ରୀ କେବଳ ପ୍ରଧାନମନ୍ତ୍ରୀ ଅଫିସ ତିଆରି କରିଥିବା ବଜେଟକୁ ସଂସଦରେ ପଢିବେ। ଏହା ବ୍ୟତୀତ ତାଙ୍କର ଅଧିକ କିଛି କାମ ଥିବା ଭଳି କାହିଁ ଦିଶୁନାହିଁ ତ! ଅରୁଣ ଜେଟଲି ଅର୍ଥମନ୍ତ୍ରୀ ଥିବା ସମୟରେ ତାଙ୍କୁ ମୋଦୀ ଏପ୍ରକାର ଅଣଦେଖା କରି ପାରୁନଥିଲେ। ଏବେ କିନ୍ତୁ ନିର୍ମଲା ସୀତାରମଣ କେବଳ ରବର ଷ୍ଟାମ୍ପ ଅର୍ଥମନ୍ତ୍ରୀ ଦାୟିତ୍ଵ ତୁଲାଉଛନ୍ତି। ଏ ପ୍ରସଙ୍ଗରେ ପୂର୍ବତନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ଆମକୁ ସତର୍କ କରାଇ ଦେଇ କହିଥିଲେ, ଅର୍ଥନୀତିର ମୂଳ ସଙ୍କଟ ହେଉଛି କ୍ଷମତାର କେନ୍ଦ୍ରୀକରଣ। ଜଣେ ବ୍ୟକ୍ତି ପାଖରେ ସବୁ ନିଷ୍ପତ୍ତି ନେବାର କ୍ଷମତା ଠୁଳ ହୋଇ ରହିଲେ, ଏହାର ପ୍ରଭାବ ଅର୍ଥନୀତିର ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଆଜି ତାହା ହିଁ ହେଉଛି। ଅର୍ଥମନ୍ତ୍ରୀଙ୍କୁ ନଡାକି ଅର୍ଥନୀତିର ଆଲୋଚନାରୁ ଆମେ ବୁଝିଯିବା ଉଚିତ ଜେ ଆମର ଭବିଷ୍ୟତ ବାସ୍ତବରେ କଣ ହେବାକୁ ଯାଉଛି!!

Modi nirmalasitharaman nitiaayog unionbudget
Share. Facebook Twitter LinkedIn Email WhatsApp Copy Link

Related Posts

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.