Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ ମହୋଦୟ,, ରାମକୃଷ୍ଣ ମିଶନ ମଞ୍ଚରେ ରାଜନୀତି କରିନଥିଲେ ଆପଣଙ୍କର ମର୍ୟାଦା ଅଧିକ ରହିଥାନ୍ତା!!
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମହୋଦୟ,, ରାମକୃଷ୍ଣ ମିଶନ ମଞ୍ଚରେ ରାଜନୀତି କରିନଥିଲେ ଆପଣଙ୍କର ମର୍ୟାଦା ଅଧିକ ରହିଥାନ୍ତା!!

January 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ରାଜନୀତିରେ ଥିବା ଲୋକେ ଭାବନ୍ତି ସେମାନଙ୍କ ପାଇଁ ସବୁ ମଞ୍ଚ ହେଉଛି ଭୋଟ ଗୋଟେଇବାର ମଞ୍ଚ। ରାଜନୀତି ବିଷୟରେ କହିବା ହୁଏତ ଗ୍ରହଣୀୟ ହେଲେ ସବୁ କଥାରେ ରାଜନୈତିକ ଫାଇଦା ଉଠାଇବାର ପ୍ରବୃତ୍ତି ଜଣେ ରାଜନେତାଙ୍କ ମର୍ୟାଦା ହାନି ଘଟାଇଥାଏ। ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ବିଷୟରେ କେବେ ଚିନ୍ତା କରନ୍ତି ନାହିଁ। ତାଙ୍କ ପାଇଁ ସବୁ ମଞ୍ଚ ରାଜନୀତି ଓ ନିଜର ଭାବମୂର୍ତ୍ତି ଚମକାଇବାର ମଞ୍ଚ। କେଦାରନାଥଙ୍କର ମନ୍ଦିର ହେଉ ବା ସ୍ଵାମୀ ବିବେକାନନ୍ଦଙ୍କର ବେଲୁର ମଠ, ସବୁଠି ରାଜନୀତିର ପ୍ରୟୋଗ କରିବାକୁ ମୋଦୀ ଚାହିଁଛନ୍ତି। ଦେଶର ପ୍ରତିଷ୍ଠିତ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକର ରାଜନୀତିକରଣ କରିବା ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ଯେ ଉଚିତ ନୁହେଁ, ଏକଥା ଯଦି ସେ ନିଜେ ନ ବୁଝିବେ, ତାଙ୍କୁ ବୁଝାଇବ କିଏ! ମହାପୁରୁଷ ରାମକୃଷ୍ଣ ପରମହଂସ ଓ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ରାମକୃଷ୍ଣ ମିଶନ, ସବୁବେଳେ ସବୁ ଧର୍ମ ଓ ସବୁ ଜାତୀୟତାର ସଂଗମ ଭାବରେ କାମ କରିଛି। ସେହି ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ଭାଷଣ ଦେବା,କେବଳ ଅଯଥାର୍ଥ ନୁହେଁ, ଏହା ଅନେକାଂଶରେ ଶ୍ରୀ ଶ୍ରୀ ରାମକୃଷ୍ଣଙ୍କ ଆଦର୍ଶର ଅବମାନନା।

ନରେନ୍ଦ୍ର ମୋଦୀ ନିଜ ସରକାରର ନାଗରିକତା ସଂଶୋଧନ ଆଇନକୁ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ବାରମ୍ବାର ମହାତ୍ମା ଗାନ୍ଧୀ ଓ ସ୍ଵାମୀ ବିବେକାନନ୍ଦଙ୍କ ନାମକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ସେହି ଚେଷ୍ଟାରୁ ସେ ରାମକୃଷ୍ଣ ମିଶନର ପ୍ରଖ୍ୟାତ ବେଲୁର ମଠରେ ରାତ୍ରୀ ଯାପନ ଓ ମଠର ମଞ୍ଚରୁ ସିଏଏ ସପକ୍ଷରେ ଜନମତ ଗୋଟାଇବାର କାମଟି କରିଛନ୍ତି। ମଠର ଅଣରାଜନୈତିକ ମଞ୍ଚରେ ମୋଦୀଙ୍କ ରାଜନୀତି ଏହାର କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ କରିଛି। ରାମକୃଷ୍ଣ ମଠର ସାଧାରଣ ସମ୍ପାଦକ ସ୍ଵାମୀ ସୁବୀରାନନ୍ଦ କହିଛନ୍ତି ଯେ ରାମକୃଷ୍ଣ ମିଶନରେ ସବୁ ଧର୍ମର ଲୋକଙ୍କର ସମାନ ସ୍ଥାନ ରହିଛି ଓ ଏହା ସହିତ ରାଜନୀତିର କିଛି ସମ୍ପର୍କ ନାହିଁ। ସନ୍ୟାସୀମାନେ କୌଣସି ପାର୍ଥିବ ରାଜନୈତିକ ବିଚାର ରଖନ୍ତି ନାହିଁ ବୋଲି ମିଶନ କହିଛି ଓ ଏହା ସତ୍ୟ ମଧ୍ୟ। ହେଲେ ଭାରତର ପ୍ରଧାନମନ୍ତ୍ରୀ ଏକଥା ଜାଣନ୍ତି ନାହିଁ କି?

ରାମକୃଷ୍ଣ ମିଶନରେ ପ୍ରଧାନମନ୍ତ୍ରୀ କହିବା ପୂର୍ବରୁ ରେ ସ୍ଵାମୀ ବିବେକାନନ୍ଦ ୧୧, ସେପ୍ଟେମ୍ବର, ୧୮୯୩ ଦିନ ଶିକାଗୋ ସହରରେ ତାଙ୍କର ଯେଉଁ ପ୍ରସିଦ୍ଧ ଭାଷଣଟି ଦେଇଥିଲେ, ତାକୁ ଆଉଥରେ ପଢିବା ଉଚିତ ହୋଇଥାନ୍ତା। ଭାରତରେ ନାଗରିକତାର ଏକ ମାନବୀୟ ଆଧାର କଥା ସ୍ବାମୀଜୀ ଆଜିକୁ ୧୨୬ ବର୍ଷ ତଳୁ ପ୍ରସ୍ତୁତ କରିଥିଲେ। ସ୍ଵାମୀ ବିବେକାନନ୍ଦଙ୍କ ଭାଷାରେ “ ମୁଁ ଗର୍ବର ସହ କହିବି ଯେ ମୁଁ ସେହି  ଧର୍ମର ଲୋକ ଯେଉଁ ଧର୍ମ ସାରା ପୃଥିବୀକୁ  ସହିଷ୍ଣୁତା ଓ ଜଗତକୁ କୋଳେଇନେବାର ଶିକ୍ଷା ଦେଇଛି। ଆମେ କେବଳ ସହିଷ୍ଣୁତା ଉପରେ ବିଶ୍ଵାସ କରୁନା, ଆମେ ସବୁ ଧର୍ମକୁ ସତ୍ୟ ଭାବରେ ଗ୍ରହଣ କରୁ। ମୁଁ ସେହି ଜାତିର ଗୌରବାନ୍ଵିତ ପ୍ରତିନିଧି ଯିଏ ପୃଥିବୀର ସବୁ ଧର୍ମ ଓ ସବୁ ଜାତିର  ଉତ୍ପୀଡିତ ଶରଣାର୍ଥୀମାନଙ୍କୁ ଆଶ୍ରୟ ଦେଇଛି।“

ସ୍ଵାମୀ ବିବେକାନନ୍ଦଙ୍କ ବିଚାରକୁ ଅତି ଭୟଙ୍କର ଭାବରେ ଆଜିର ନାଗରିକତା ସଂଶୋଧନ ଆଇନ ବିରୋଧ କରୁଛି। ସ୍ବାମୀଜୀ ସବୁ ଦେଶ ଓ ସବୁ ଧର୍ମର ଉତ୍ପୀଡିତ ମଣିଷଙ୍କୁ ଶରଣ ଦେବାର କଥା କହିଥିଲେ। ହେଲେ ନାଗରିକତା ସଂଶୋଧନ ଆଇନ ଧର୍ମ ଓ ରାଷ୍ଟ୍ର ଭିତ୍ତିରେ ପାଟର ଅନ୍ତର ନୀତି ଗ୍ରହଣ କରିଛି। ପ୍ରଥମତଃ ଏହି ଆଇନ ତିନୋଟି ମୁସଲମାନ ବହୁଳ ପଡୋଶୀ ରାଷ୍ଟ୍ରଙ୍କ ପାଇଁ ଉପଲକ୍ଷ୍ୟ ରଖି ତିଆରି ହୋଇଛି ଓ ଏଥିରେ ଉତ୍ପୀଡିତ ମୁସଲମାନମାନଙ୍କୁ ସ୍ପଷ୍ଟ ଭାବରେ ନାଗରିକତା ନ ଦେବାର ବ୍ୟବସ୍ଥା ରହିଛି। ନାଗରିକତାର ଅତି ସ୍ପଷ୍ଟ ଲକ୍ଷ୍ୟ ରହିଛି। ଆପଣ କୌଣସି ବାହାର ଲୋକଙ୍କୁ ନାଗରିକତା ଦିଅନ୍ତୁ ନାହିଁ, ଯଦି ଦେଉଛନ୍ତି ତାହେଲେ ଧର୍ମ ଓ ରାଷ୍ଟ୍ର ଆଧାରରେ ପାତର ଅନ୍ତର କରନ୍ତୁ ନାହିଁ। ଯଦି ପାକିସ୍ତାନର ଉତ୍ପୀଡିତ ହିନ୍ଦୁ ଭାରତରେ ନାଗରିକତା ପାଇବାର ହକଦାର, ତାହେଲେ ସେ ଅଧିକାର ଶ୍ରୀଳଙ୍କାର ହିନ୍ଦୁ ପାଇବ ନାହିଁ କାହିଁକି? ଧର୍ମ ଓ ଜାତୀୟତାର ଆଧାରରେ ଗୋଟେ ଆଇନ ତିଆରି କରି ତାକୁ ସ୍ଵାମୀ ବିବେକାନନ୍ଦଙ୍କ ମହାନ ଆଶ୍ରମରେ ଗ୍ରହଣୀୟ ହେଉ ବୋଲି ଜଣେ ରାଜନେତା କହି ପାରୁଛନ୍ତି କେମିତି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯେତେ ଭାଷଣ ଦେଲେ ମଧ୍ୟ ନାଗରିକତା ସଂଶୋଧନ ଆଇନରେ ଭାରତର ମାନବାତ୍ମା ପ୍ରତି ହୋଇଥିବା ଅବିଚାରକୁ ଠିକ ବୋଲି ପ୍ରମାଣିତ କରି ପାରିବେ ନାହିଁ। ଏହି ଆଇନ ଭାରତର ସମନ୍ବୟବାଦୀ ଆଦର୍ଶ ଓ ମାନବ ଅଧିକାର ବିରୋଧୀ। ଏହି ଆଇନରେ ଧାର୍ମିକ ବିଭାଜନ ଓ ଘୃଣାର ମଞ୍ଜି ପୋତିବାକୁ ପ୍ରଧାନମନ୍ତ୍ରୀ ଚେଷ୍ଟା କରିଛନ୍ତି। ଏହି ଆଇନରେ ପରମହଂସ ରାମକୃଷ୍ଣ, ସ୍ଵାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଭାରତର ବିରୋଧୀ ଭାବନା ରହିଛି। ତେଣୁ ସେମିତି ଏକ ଆଇନ ସପକ୍ଷରେ ବେଲୁର ମଠର ପବିତ୍ର ମଞ୍ଚରୁ କହିବା ପ୍ରଧାନମନ୍ତ୍ରୀଙ୍କ ପଦ ଓ ଗରିମାକୁ ଶୋଭା ଦେଉନାହିଁ।

ଅବଶ୍ୟ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ପଦ ଓ ଗରିମା ବିଷୟରେ, ଆଗରୁ କେବେ ସଚେତନ ଥିଲେ ଜୀ ଆଜି ରହିବେ! ଏ ବୃଥା ଆଶା କରିବାର କୌଣସି କାରଣ ଅବଶ୍ୟ ନାହିଁ!!

caa Modi politics
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.