Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ମୁମ୍ବାଇର ମହତ୍ୱପୂର୍ଣ୍ଣ ବିଜୟ
ଖେଳ

ମୁମ୍ବାଇର ମହତ୍ୱପୂର୍ଣ୍ଣ ବିଜୟ

May 17, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମହତ୍ୱପୂର୍ଣ୍ଣ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ରୋମାଞ୍ଚକର ଭାବେ ୩ ରନ୍‌ରେ ହରାଇ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ତା’ର ପ୍ଲେ ଅଫ୍‌ ଆଶାକୁ ଅତୁଟ ରଖିଛି। ବୁଧବାରର ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ମୁମ୍ବାଇ ପଏଣ୍ଟ୍‌ ସଂଖ୍ୟା ୧୨ରେ ପହଞ୍ଚିଛି। ରନ୍‌ ହାର ଅନ୍ୟମାନଙ୍କ ଅପେକ୍ଷା ଭଲ ଏବଂ ଯୁକ୍ତରେ ଥିବାରୁ ମୁମ୍ବାଇ ଏବେ ପ୍ଲେ ଅଫ୍‌ର ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛି। ସେପଟେ ପଞ୍ଜାବ ପ୍ଲେ ଅଫ୍‌ରେ ଗୋଟିଏ ପାଦ ଆଗକୁ ରଖିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ (୯୪ ରନ୍‌, ୬୦ ବଲ୍‌, ୧୦ ଚୌକା, ୩ ଛକା)ଙ୍କ ଧୁଆଁଧାର ବ୍ୟାଟିଂ ବି ବୃଥା ଯାଇଛି। ତାଙ୍କ ଧମାକାଦାର ଅର୍ଧଶତକ ବଳରେ ପଞ୍ଜାବ ଦ୍ରୁତ ଗତିରେ ବିଜୟ ଆଡ଼କୁ ଆଗ୍ରସର ହେଉଥିଲା ବେଳେ ମୁମ୍ବାଇ ବାମହାତୀ ବୋଲର ଯସ୍‌ପ୍ରୀତ ବୁମରା (୪-୦-୧୫-୩) ହିଁ ସବୁକିଛି ଓଲଟ ପାଲଟ କରି ଦେଇଥିଲେ। ଊନ୍ନବିଂଶ ଓଭରରେ ରାହୁଲଙ୍କୁ ଆଉଟ୍‌ କରି ସେ ହିଁ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ରାହୁଲ ଶତକଠୁ ୬ ରନ୍‌ ପୂର୍ବରୁ ଆଉଟ୍‌ ହେବା ପରେ ବିଜୟ ପାଇଁ ପଞ୍ଜାବକୁ ଶେଷ ଓଭରରୁ ୧୭ ରନ୍‌ର ଦରକାର ଥିଲା। ହେଲେ ପଞ୍ଜାବ ୧୩ ରନ୍‌ କରି ପାରିଥିଲା। ମୁମ୍ବାଇ ଆଜି ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ପଞ୍ଜାବ ୧୮୩ ରନ୍‌ରେ ଅଟକି ଯାଇଥିଲା। ମୁମ୍ବାଇ ତ୍ରୟୋଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ପାଇଥିଲା। ପଞ୍ଜାବ କିନ୍ତୁ ସପ୍ତମ ପରାଜୟ ବରଣ କରିଥିଲା। ପ୍ଲେ ଅଫ୍‌ ଯିବା ଲାଗି ଚତୁର୍ଦଶ ତଥା ଶେଷ ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି। ମୁମ୍ବାଇ ବିଜୟର ନାୟକ ବୁମରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପ୍ଲେ ଅଫ୍‌ ପ୍ରବେଶ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ କିନ୍ତୁ ଯେମିତି ଆରମ୍ଭ କରିବାକୁ ଆଶା ରଖିଥିଲା ସେମିତି କରି ପାରି ନଥିଲା।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଏଭିନ ଲୁଇସ୍‌ (୯)ଙ୍କ ସହ ଅଧିନାୟକ ରୋହିତ ଶର୍ମା ବି ବିଫଳ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ (୨୭ ରନ୍‌, ୧୫ ବଲ୍‌, ୩ ଚୌକା, ୨ ଛକା) କିନ୍ତୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ସେ ମଧ୍ୟ ସନ୍‌ ମାର୍ସ (୨୦୦୮)ଙ୍କ ପରେ ଦ୍ୱିତୀୟ ଅଣଅନ୍ତର୍ଜାତୀୟ ଖେଳାଳି ଭାବେ ଆଇପିଏଲର ଗୋଟିଏ ସଂସ୍କରଣରେ ୫୦୦ରୁ ଅଧିକ ରନ୍‌ କରିଥିଲେ। ମଧ୍ୟକ୍ରମରେ କ୍ରୁନାଲ ପାଣ୍ଡ୍ୟା (୩୨ ରନ୍‌, ୨୩ ବଲ୍‌, ୧ ଚୌକା, ୨ ଛକା) ଓ କିରଣ ପୋଲାର୍ଡ (୫୦ ରନ୍‌, ୨୩ ବଲ୍‌, ୫ ଚୌକା, ୩ ଛକା) ଉପଯୋଗୀ ଓ ଦ୍ରୁତ ଭାଗୀଦାରି କରି ମୁମ୍ବାଇ ପାଇଁ ୨୦୦ ରନ୍‌ ଛୁଇଁବାର ଆଶା ସୃଷ୍ଟି କରିଥିଲେ। ହେଲେ ପଞ୍ଜାବ ଏହି ଦୁଇ ଜଣଙ୍କୁ ୭ ବଲ୍‌ ଭିତରେ ପ୍ୟାଭିଲିୟନ ଫେରାଇ ସଫଳତାର ସହ ମ୍ୟାଚ୍‌କୁ ଫେରିଥିଲା। ଏହା ପୂର୍ବରୁ ଅବଶ୍ୟ ପୋଲାର୍ଡ ୨୨ ବଲ୍‌ରୁ ଚଳିତ ଋତୁର ପ୍ରଥମ ଅର୍ଧଶତକ ଅର୍ଜନ କରି ନେଇଥିଲେ। ପ୍ରତିଯୋଗିତାର ସର୍ବାଧିକ ଓ୍ଵିକେଟ୍‌ ହାସଲକାରୀ ଆଣ୍ଡ୍ରିୟୁ ଟାଇ (୪-୦-୧୬-୪) ଚତୁର୍ଥ ଥର ପାଇଁ ୪ ଓ୍ଵିକେଟ୍‌ ସଫଳତା ଲାଭ କରି ମୁମ୍ବାଇ ରନ୍‌ ସଂଗ୍ରହ ହାରରେ ଅଙ୍କୁଶ ଲଗାଇ ଦେଇଥିଲେ। ଫଳରେ ମୁମ୍ବାଇ ଓ୍ଵାଙ୍ଖଡ଼େର ବ୍ୟାଟିଂ ପିଚ୍‌ରେ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୮୬ ରନରେ ଅଟକି ଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ତାରିକ ରହମାନଙ୍କ ଭାରତ ଗସ୍ତ ଉପରେ ଆସିଲା ଅପଡେଟ: ବାଂଲାଦେଶ ରଖିଲା ବଡ଼ ସର୍ତ୍ତ

August 16, 2026

ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର

August 16, 2026
Latest News

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.