ଜେଏନ୍‌ୟୁ ଛାତ୍ରଙ୍କୁ ଆଶ୍ବସ୍ତି : ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ

Published: Jan 24, 2020, 2:37 pm IST

ନୂଆଦିଲ୍ଲୀ : ଜେଏନ୍‌ୟୁ ଛାତ୍ରଙ୍କୁ ବର୍ଦ୍ଧିତ ଫି ମାମଲାରେ ଆଶ୍ବସ୍ତି ମିଳିଛି । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ରାୟ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ କରିପାରିବେ । ଉଲ୍ଳେଖଯୋଗ୍ୟ ଯେ, ଯେଉଁ ଛାତ୍ର ମାନେ ପଞ୍ଜୀକରଣ କରିନାହାନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ବିନା କୌଣସି ବର୍ଦ୍ଧିତ ଦେୟରେ ନିଜର ପଞ୍ଜୀକରଣ କରିପାରିବେ । ଜଷ୍ଟିସ୍‌ ରାଜୀବ ସକ୍‌ଦାର ଏହି ମାମଲାର ବିଚାର କରିଥିଲେ । ଫେବୃୟାରୀ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ଦ୍ଧିତ ଫି ବିପକ୍ଷରେ ଜେଏନ୍‌ୟୁ ସଭାନେତ୍ରୀ ଆଇସି ଘୋଷ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇଥିଲା ।

Related posts