Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ୟାପୁଛି କୋରୋନା: ଆସନ୍ତୁ ଜାଣିବା ଏହି ଭାଇରସ୍‌ ସମ୍ପର୍କରେ ଅଧିକ ତଥ୍ୟ
ବିଶେଷ ଖବର

ବ୍ୟାପୁଛି କୋରୋନା: ଆସନ୍ତୁ ଜାଣିବା ଏହି ଭାଇରସ୍‌ ସମ୍ପର୍କରେ ଅଧିକ ତଥ୍ୟ

January 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ: କୋରୋନା ଭାଇରସ୍‌ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରିବାକୁ ଯାଉଛି। ଚୀନ୍‌ର ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଭାଇରସ୍‌ ପ୍ରଭାବରେ ଅଦ୍ୟାବଧି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ସଙ୍କ୍ରମିତ ହୋଇଛନ୍ତି। ଏହି ଭାଇରସ୍‌ କାରଣରୁ ଚୀନ୍‌ର ୧୪ ଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। କୋରୋନା ଭାଇରସ୍‌ର ନାମଟି ଦୁଇଟି ଶବ୍ଦରୁ ଆସିଅଛି। ଲାଟିନ୍‌ ଶବ୍ଦ କୋରୋନା ଏବଂ ଗ୍ରୀକ୍‌ ଶବ୍ଦ କୋରୋନେ (ଫୁଲହାର)ରୁ କୋରୋନା ଭାଇରସ୍‌ ନାମଟି ସୃଷ୍ଟି। ଏହି ଶବ୍ଦର ଅନ୍ୟାନ୍ୟ ଅର୍ଥ ହେଉଛି ସୌରମଣ୍ଡଳ ଏବଂ ମୁକୁଟ।

ଅର୍ଥୋକୋରୋନାଭାଇରିନ୍‌ ପ୍ରଜାତିରୁ ସୃଷ୍ଟ ଏହି ଭାଇରସ୍‌ ଦ୍ବାରା ଉଭୟ ପଶୁ ପକ୍ଷୀ ଏବଂ ମନୁଷ୍ୟ ପ୍ରଭାବିତ ହୋଇଥାନ୍ତି। ଗାଇ, ଘୁଷୁରୀ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଏହି ଭାଇରସ୍‌ ପ୍ରଭାବରେ ଡାଇରିଆ ହେଉଥିବା ବେଳେ ପକ୍ଷୀ ଏବଂ ମନୁଷ୍ୟଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ମନୁଷ୍ୟ ମାନଙ୍କ ଦ୍ବାରା ସଙ୍କ୍ରମିତ ହେଉଥିବା ୭ ପ୍ରକାରର କୋରୋନା ଭାଇରସ୍‌ ରହିଛି। ସେହିପରି ପଶୁପକ୍ଷୀଙ୍କ ଦ୍ବାରା ୪ ପ୍ରକାରର କୋରୋନା ଭାଇରସ୍‌ ସଙ୍କ୍ରମିତ ହୋଇଥାଏ। ସାଧାରଣ ଥଣ୍ଡା ଜ୍ବର ହେଉଥିଲେ ମଧ୍ୟ ଏହି ଭାଇରସ୍‌ ମନୁଷ୍ୟର ରାଇବୋ ନ୍ୟୁକ୍ଲିକ୍‌ ଏସିଡ୍‌(ଆରଏନ୍‌ଏ) ଦ୍ବାରା ବିସ୍ତାର ହୋଇଥାଏ। ଏହି ଭାଇରସ୍‌କୁ ସମଗ୍ର ବିଶ୍ବର ବୃହତମ ଆରଏନ୍‌ଏ ଭାଇରସ୍‌ ଭାବରେ ବିବେଚନା କରାଯାଏ। ବେଟା କୋରୋନା ଶ୍ରେଣୀର ଏହି ଭାଇରସ୍‌ ଆରଏନ୍‌ଏରେ ଉପଲବ୍ଧ ପ୍ରୋଟିନ୍‌ ହେମାଗ୍ଲୁଟିନ୍‌ ଇଷ୍ଟ୍ରିଜ୍‌ ଦ୍ବାରା ସଙ୍କ୍ରମିତ ହୋଇଥାଏ।

ଏହି ଭାଇରସ୍‌କୁ ପ୍ରଥମେ ୧୯୬୦ ମସିହାରେ ଚିହ୍ନଟ କରାଯାଇଥିଲା। କୁକୁଡା ଠାରେ ପ୍ରଥମେ ଏହି ଭାଇରସ୍‌ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ମଣିଷଙ୍କ ଠାରେ ମଧ୍ୟ ଏହି ଭାଇରସ୍‌କୁ ଚିହ୍ନଟ କରାଯାଇଥିଲା। ମନୁଷ୍ୟଙ୍କ ଠାରେ ମିଳୁଥିବା ଭାଇରସ୍‌କୁ ପ୍ରଥମେ ହ୍ୟୁମାନ କୋରୋନା ଭାଇରସ୍‌ ୨୨୯ଇ ଭାବରେ ନାମିତ କରାଯାଇଥିଲା। ୨୦୦୩ ପରଠାରୁ କ୍ରମାଗତ ତିନି ବର୍ଷ ଧରି ଏହି ଭାଇରସ୍‌ ବ୍ୟାପିଥିବା ବେଳେ ୨୦୧୨ରେ ଏହା ପୁନର୍ବାର ପ୍ରଭାବ ବିସ୍ତାର କରିଥିଲା। ପୁନର୍ବାର ଚଳିତ ବର୍ଷ ଏହି ଭାଇରସ୍‌ ପ୍ରତ୍ୟାବର୍ତ୍ତନ କରିଛି। ଏହି ଭାଇରସ୍‌ଟି ସହଜରେ ଚିହ୍ନଟ ହୋଇନଥାଏ। କାରଣ ଭାଇରସ୍‌ ପ୍ରଭାବରେ ସାଧାରଣ ଥଣ୍ଡା ହିଁ ହୋଇଥାଏ। ଥଣ୍ଡା ରୋଗର ଚିକିତ୍ସା ଯେପରି କରାଯାଏ ଏହି ଭାଇରସ୍‌ ସଙ୍କ୍ରମିତ ହେଲେ ଚିକିତ୍ସା ପ୍ରଣାଳୀ ସମାନ ରହିଥାଏ।

 

corona uhwan
Share. Facebook Twitter LinkedIn Email WhatsApp Copy Link

Related Posts

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

କ୍ରାନ୍ତି ପକ୍ଷରୁ କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026

“ତୁମେ ଏକା ହୋଇଯିବ”: ଇସ୍ରାଏଲର ଇରାନ ଆକ୍ରମଣ ପରେ ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କ ଚେତାବନୀ

June 9, 2026
Latest News

ପିଓକେରେ ଶାହବାଜ-ମୁନିରଙ୍କ ବିରୋଧରେ ବିଦ୍ରୋହ: ପାକ୍ ସେନାର ଗୁଳି ମାଡ଼

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

କ୍ରାନ୍ତି ପକ୍ଷରୁ କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ

June 9, 2026

ଆଶଙ୍କା ମଧ୍ୟରେ ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ପାଠ ପଢା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.