ଭଂଶାଲୀଙ୍କ କ୍ୟାମ୍ପ୍‌ରେ ଈଶାନ୍‌ !

Published: Feb 18, 2019, 12:57 pm IST

‘ବିୟଣ୍ଡ୍‌ ଦ କ୍ଲାଉଡ୍‌’ରେ ଡେବ୍ୟୁ କରିଥିବା ସାହିଦ୍‌ କପୁରଙ୍କ ଭାଇ ଇଶାନ୍‌ ଖଟ୍ଟରଙ୍କ ଦ୍ୱିତୀୟ ଫିଲ୍ମ ଥିଲା ‘ଧଡ଼କ୍‌’। ଜାହ୍ନବୀଙ୍କ ସହ ତାଙ୍କ ରୋମାନ୍ସକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ଏବେ ଇଶାନ୍‌ ଏକ ବଡ଼ ବ୍ୟାନରରେ ସୁଯୋଗ ପାଇଥିବା ସୂଚନା ମିଳିଛି ।  ପ୍ରସିଦ୍ଧ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂଶାଲୀଙ୍କ ସହ କାମ କରିବେ ଈଶାନ୍‌ । ମିଳିଥିବା ସୂଚନା ଅନୁଯାୟୀ, ଈଶାନ୍‌ ଏବେ ଭଂଶାଲୀଙ୍କ ଏହି ପ୍ରୋଜେକ୍ଟରେ ଏବେ ଫୋକସ୍‌ କରୁଛନ୍ତି । ସଞ୍ଜୟ, ଈଶାନଙ୍କ ଫିଲ୍ମ ‘ଧଡକ୍‌’ରୁ ଖୁବ୍‌ ଇମ୍ପ୍ରେସ୍‌ ଅଛନ୍ତି। ସେ ତାଙ୍କ ଆଗାମୀ ଫିଲ୍ମରେ ଏକ ଯୁବ ଚରିତ୍ର ପାଇଁ ଈଶାନଙ୍କୁ ବାଛିଥିବାର ଜଣାପଡିଛି । ତେବେ ଏହାର ଔପଚାରିକ ଘୋଷଣା ହେବାକୁ ବାକି ରହିଛି । ଜାହ୍ନବୀଙ୍କ ସହ ସର୍ମ୍ପକକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ ଏହି ଅଭିନେତା ଜଣକ । ଫିଲ୍ମକୁ ନେଇ ବେଶ୍‌ ସଚେତନଥିବା ସଞ୍ଜୟ ପ୍ରତ୍ୟେକ ଫିଲ୍ମରେ କିଛି ନିଆରା ପ୍ରଦର୍ଶନ କରାଇଥା’ନ୍ତି । ତେବେ ଈଶାନ୍‌ଙ୍କ ପରି ଜଣେ ୟଙ୍ଗ୍‌ ଏନେରଜେଟିକ୍‌ ଷ୍ଟାର୍‌ଙ୍କ ସହ ସଞ୍ଜୟଙ୍କ ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ କିଛି ସମ୍ଭାବନା କରିବେ ତ ନିଶ୍ଚୟ ।

Related posts