Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାପୁଙ୍କ ଜୀବନର ଅନ୍ତିମ ଦିନ, ଭାରତର ଶାନ୍ତି ଓ ସଦଭାବନା ଲାଗି ବଳିଦାନର ଦିନ
ବିଶେଷ ଖବର

ବାପୁଙ୍କ ଜୀବନର ଅନ୍ତିମ ଦିନ, ଭାରତର ଶାନ୍ତି ଓ ସଦଭାବନା ଲାଗି ବଳିଦାନର ଦିନ

January 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ ସ୍ମୃତିକଥା। ୩୦, ଜାନୁଆରୀ, ୧୯୪୮ ସନ୍ଧ୍ୟାରେ ବାପୁଙ୍କୁ ଗୁଳି କରି ହତ୍ୟା କରିବାପରେ ତାଙ୍କର ମୃତ ଶରୀରକୁ ଗାଧେଇ ନୂଆ ଲୁଗା ପିନ୍ଧେଇବାର ଦାୟିତ୍ଵ ବୃଜଲାଲ ନିର୍ବାହ କରିଥିଲେ। ଭାରତ ସ୍ଵାଧୀନତା ପାଇବାର ମାତ୍ର ପାଞ୍ଚ ମାସ ପନ୍ଦର ଦିନ ପରେ ଗାନ୍ଧୀଙ୍କ ହତ୍ୟା ସାରା ଦେଶ ପାଇଁ ଏକ ବିଶାଳ ଧକ୍କା ଥିଲା। ସେଇ ସନ୍ଧ୍ୟାରେ ସେତେବଳର ବଡଲାଟ ଲର୍ଡ ମାଉଣ୍ଟବ୍ୟାଟେନ କହିଥିଲେ, “ଆଜି କେବଳ ଭାରତ ନୁହଁ, ପୂରା ପୃଥିବୀ ଆଜି ଶୋକାକୁଳ।“ ବାପୁଙ୍କ ସହିଦ ହେବାର ପୀଡା ବିଷୟରେ ଶତୃ ଦେଶ ପାକିସ୍ତାନର ଖବର କାଗକ ‘ପାକିସ୍ତାନ ଟାଇମ୍ସ’ ର ସମ୍ପାଦକୀୟ ଲେଖିଥିଲା-  ଅବିଭକ୍ତ ଭାରତର ହିନ୍ଦୁ ଓ ମୁସଲମାନ ନିଜ ରକ୍ତକୁ ଏକାକାର କରି ସ୍ଵାଧୀନତା ହାସଲ ଲାଗି ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଖିଲାଫତ ଆନ୍ଦୋଳନରେ ଏକାଠି ଲଢେଇ କରିଥିଲେ। ଆମେ ଆଶା କରିବା ଯେ ବାପୁଙ୍କ ଲାଗି ଆମର ଲୁହ ଆମକୁ ପୁଣିଥରେ ଭାରତ ଓ ପାକିସ୍ତାନର ଶାନ୍ତପୂର୍ଣ୍ଣ ସ୍ଵାଧୀନତା ଲାଗି ଏକତ୍ରିତ କରିବ।“(ପାକିସ୍ତାନ ଟାଇମ୍ସ, ୩୧, ଜାନୁଆରୀ, ୧୯୪୮)

ବାପୁଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରେ ତାଙ୍କର ଅନ୍ତିମ ଦିନଟି ଐତିହାସିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୭୯ ବର୍ଷ ବୟସର ପାକଳ ଶରୀରରେ ସେ ଛଅ ଦିନ ବ୍ୟାପୀ ଅନଶନରେ ବସିଥିଲେ। ନାଥୁରାମ ଗଡସେ ତାଙ୍କୁ ହତ୍ୟା କରିବାର ୧୨ ଦିନ ଆଗରୁ ଜାନୁଆରୀ ୧୩ ରୁ ୧୮ ତାରିଖ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସୌହାର୍ଦ୍ଦ୍ୟ ଫେରାଇ ଆଣିବାକୁ ସେ ଅନଶନରେ ବସିଥିଲେ। ବାପୁଙ୍କ ଅନଶନର ପ୍ରଭାବ ଲୋକଙ୍କ ଉପରେ ପଡିଥିଲା ଓ ଦିଲ୍ଲୀରେ ହିଂସା ତଥା ରକ୍ତପାତ କମିଆସିଥିଲା। ବାପୁ ଦିଲ୍ଲୀରୁ ଫେବ୍ରୁଆରି ୨ ତାରିଖରେ ନିଜ ଆଶ୍ରମ ସେବାଗ୍ରାମ କୁ ଫେରିବାକୁ ଯୋଜନା କରୁଥିଲେ। ସେବାଗ୍ରାମରୁ ସେ ପୂର୍ବ ପଞ୍ଜାବ ଓ ପାକିସ୍ତାନ ଯାଇ ଶାନ୍ତି ଓ ସଂହତି ର ବାର୍ତ୍ତା ପାହଞ୍ଚାଇବାକୁ ଚାହୁଁ ଥିଲେ।

୩୦ ଜାନୁଆରୀ, ୧୯୪୮, ବିରଳା ଭବନର ସକାଳ।  ୩.୩୦ ରେ ବାପୁ ନିଦରୁ ଉଠିଥିଲେ। ନିତ୍ୟକର୍ମ ସାରି ସେ ସକାଳର ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ସକାଳ ସାତଟାରେ ତାଙ୍କୁ ଜଣେ ଆମେରିକୀୟ ସମାଜସେବୀଙ୍କୁ ଭେଟିବାର ଥିଲା। ତା ପୂର୍ବରୁ ସେ ନିଜର ବଙ୍ଗାଳୀ ଶିକ୍ଷା ଅଭ୍ୟାସ କରିଥିଲେ। ସିଝା ପରିବା,  ଛେଳି କ୍ଷୀର ଓ କମଳା ରସ ପିଇଥିଲେ। ସାମାନ୍ୟ ବିଶ୍ରାମ ପରେ ସେ କଂଗ୍ରେସର ଭବିଷ୍ୟତ କଣ ହେବା ଉଚିତ ତାକୁ ନେଇ ପୂର୍ବରୁ ଲେଖିଥିବା ଚିଠାକୁ ସାମାନ୍ୟ ପରିବର୍ତ୍ତନ କରିଥିଲେ। (କଂଗ୍ରେସ କ୍ଷମତାରେ ନରହି ଲୋକ ସେବକର ଭୂମିକା ନେଉଆ ବୋଲି ସେ ଏକ ପ୍ରସ୍ତାବ ରଖୁଥିଲେ) ସେଦିନ ଦିଲ୍ଲୀର ମୁସଲମାନ ନେତାମାନେ ତାଙ୍କୁ ସାକ୍ଷାତ କରି ଶାନ୍ତି ଓ ସହାବସ୍ଥାନ ଲାଗି ପୁଣିଥରେ ପ୍ରତିଶ୍ରୁତି ଦେଇଥିଲେ। ସେଦିନ ବାପୁଙ୍କ ଦିବଙ୍ଗତ ସେକ୍ରେଟାରୀ ମହାଦେବ ଦେସାଇଙ୍କ ଜୀବନୀ ଲେଖା ବିଷୟରେ ଗୁଜରାଟର ଶାନ୍ତିକୁମାର ମୋରାରଜି ଙ୍କ କଥାବାର୍ତ୍ତା କରିଥିଲେ। ସେଦିନ ଦିପହର ସାରା ବହୁ ଲୋକ ବାପୁଙ୍କ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଭିତରେ ଥିଲେ ବିଶିଷ୍ଟ ଐତିହାସିକ ରାଧାକୁମୁଦ ମୁଖାର୍ଜୀ।

ସାଢେ ଚାରି ଟା ବେଳକୁ ବାପୁଙ୍କୁ ଦେଖା କରିବାକୁ ଆସିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସେଦିନ ପ୍ରାର୍ଥନାସଭା ପରେ ନେହେରୁ ମଧ୍ୟ ବାପୁଙ୍କୁ ଦେଖା କରିବାର ଥିଲା। ବାପୁ ଓ ପଟେଲଙ୍କ ଭିତରେ କଥାବାର୍ତ୍ତା ବେଶ ଅଧିକ ସମୟ ଚାଲିଥିଲା।  ୫.୧୫ ବେଳକୁ ଆଭା ଓ ମନୁଙ୍କୁ ସାଙ୍ଗରେ ନେଇ ବାପୁ ପ୍ରାର୍ଥନାସଭାକୁ ବାହାରିଲେ। ଆଉ ସେଇଠାରେ ହିଁ ନାଥୁରାମ ଗଡସେ ତାଙ୍କ ଛାତିରେ ତିନୋଟି ଗୁଳି ଦାଗିଥିଲା। ପ୍ରଥମ ଗୁଳି ଛାତିରେ ଓ ବାକି ଦୁଇଟି ଗୁଳି ବାପୁଙ୍କ ପେଟରେ ବାଜିଥିଲା। ହେ ରାମ କହି, ବାପୁ ସେଇଠି ଟଳି ପଡିଥିଲେ।

ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ସଙ୍ଘର୍ଷ କରୁ କରୁ ମହାତ୍ମା ଗାନ୍ଧୀଙ୍କୁ ପ୍ରାଣ ବଳି ଦେବାକୁ ପଡିଥିଲା। ତେବେ ବାପୁଙ୍କ ରକ୍ତ ଏ ଦେଶର ଶାନ୍ତି ଓ ସଂହତି ଅଧିକ ମଜବୁତ କରିଥିଲା। ଯେଉଁମାନେ ଭାବିଥିଲେ ଧର୍ମ ଆଧାରରେ ଏ ଦେଶକୁ ଘୃଣାର ସାମ୍ରାଜ୍ୟ କରିବେ ସେମାନଙ୍କୁ ଏ ଦେଶର ଜନ ସାଧାରଣ ବାପୁଙ୍କ ହତ୍ୟାକାରୀ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ। ବାପୁଙ୍କ ଶବ ଶୋଭାଯାତ୍ରାରେ ସତେକି ପୂରା ଭାରତ ଉଠି ଆସିଥିଲା। ଏକ ପୋଲିସ ରିପୋର୍ଟ ଅନୁଯାୟୀ ସେଦିନର ଶବ ଶୋଭାଯାତ୍ରାରେ ପାଖାପାଖି ୧୫ ଲକ୍ଷ ଲୋକ ଯୋଗଦାନ କରିଥିଲେ। ଗଣମାଧ୍ୟମର ସବୁଠୁ ମନ୍ଥର ସମୟରେ ଏତେ ଲୋକଙ୍କର ସମାଗମ ଆଜି ବି ଦିଲ୍ଲୀର ରେକର୍ଡ। ବାପୁଙ୍କ ପ୍ରତି ଭଲପାଇବା ସେଦିନ ରାଜରାସ୍ତାରେ ଅଜାଡି ହୋଇ ପଡିଥିଲା। ସାରା ପୃଥିବୀ ଅଶ୍ରୁ ସଜଳ ନୟନରେ ଏ ଗତ ଶତାବ୍ଦୀର ସର୍ବଶ୍ରେଷ୍ଠ ଜନନାୟକଙ୍କୁ ସମ୍ମାନ ଜଣାଇଥିଲା। ଶାନ୍ତି, ଅହିଂସା ଓ ସୌହାର୍ଦ୍ଦ୍ୟର ସହିଦ ଭାବରେ ବାପୁ ଆମର ଆଲୋକ ବର୍ତ୍ତିକା ହୋଇ ରହିଗଲେ। ସେଇ ୩୦ ଜାନୁଆରୀ ସନ୍ଧ୍ୟାରେ ପଣ୍ଡିତ ନେହେରୁ ତାଙ୍କର ପ୍ରସିଦ୍ଧ ଭାଷଣରେ କହିଥିଲେ- ଆମ ଜୀବନରୁ ଆଲୁଅ ଲିଭିଗଲା। ନା, ସେ ଆଲୁଅ ଆଜି ବି ଦେଦୀପ୍ୟମାନ ଓ ସେ ଆଲୁଅ ଆମ ଜୀବନରେ ଆହୁରି ହଜାର ବର୍ଷ ଯାଏ ଦେଦୀପ୍ୟମାନ ରହିବ।

mahatmagandhi
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.