Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କ୍ଷୁଧା ଓ ଦାରିଦ୍ର୍ୟର ସଂଘର୍ଷ ଭିତରେ ବଳି ପଡୁଛି ଦେହ
ଅନ୍ତରାଷ୍ଟ୍ରୀୟ

କ୍ଷୁଧା ଓ ଦାରିଦ୍ର୍ୟର ସଂଘର୍ଷ ଭିତରେ ବଳି ପଡୁଛି ଦେହ

February 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଅଙ୍ଗୋଲା : ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ । କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ ପାଇଁ ମାତ୍ର କେଇଟି ଟଙ୍କାରେ ନିଜକୁ ଦେହକୁ ନିଲାମ କରିଦେଉଥିବାର ଏକ ଜଘନ୍ୟ ସତ୍ୟ ସାମ୍ନାକୁ ଆସିଛି । ଏହିପରି କିଛି ଘଟଣା ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ହେଉଥିବାର ସୂଚନା ମିଳିଛି ।

ଜଣେ ଝିଅ ନିଜ ପରିବାରକୁ ମୁଠାଏ ଦାନା ଦେବା ପାଇଁ ନିଜକୁ ମାତ୍ର 22 ଟଙ୍କାରେ ବିକ୍ରି କରିଦେଉଛି । କ୍ଷୁଧାର୍ତ୍ତ ଓ ସଂଘର୍ଷର ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଆଫ୍ରିକାର କିଛି ଅଞ୍ଚଳରେ । ଖାଦ୍ୟ ସାମଗ୍ରୀ ଜୁଟେଇବା ପାଇଁ ଅଳ୍ପବୟସ୍କା ଝିଅମାନେ ମାତ୍ର 22 ଟଙ୍କାରେ ଦେହ ବିକ୍ରି କରୁଛନ୍ତି ।  ଏପରି କାମ ପାଇଁ ଅଧିକରୁ ଅଧିକ 70 – 80ଟଙ୍କା ରୋଜଗାର କରୁଛନ୍ତି କିଛି ଯୁବତୀ । ଏପରି ପରିସ୍ଥିତି ଦେଖିବାକୁ ମିଳିଛି ଦକ୍ଷିଣ ଆଫ୍ରିକାର କିଛି ଅଞ୍ଚଳରେ । ଯେଉଁମାନେ ଖାଦ୍ୟ ପାଇଁ ସଂଘର୍ଷ କରି ନିଜର ଦେହ ଦାନ କରି ପେଟର ଭୋକ ମେଣ୍ଟାଉଛନ୍ତି।

ମାନବୀୟ ଆଧାର ଅନୁଯାୟୀ ଲୋକଙ୍କୁ ସହାୟତା କରୁଥିବା ଅନ୍ତରାଷ୍ଟ୍ରୀୟ ସଂସ୍ଥା ଓ୍ବାଲ୍ଡ ଭିଜନ୍‌ ଏହା ସମ୍ପର୍କରେ ସୂଚନା ଦେଇଛି । ଦକ୍ଷିଣ ଆଫ୍ରିକା ଅଙ୍ଗୋଲାରେ ଜଣେ 12 ବର୍ଷୀୟ ବାଳିକା ମାତ୍ର 30 ଟଙ୍କା ପାଇଁ ଦେହ ବ୍ୟାପାର କରୁଛି । ଦକ୍ଷିଣ ଆଫ୍ରିକାରେ ସାଢେ ଚାରି କୋଟି ଲୋକ କ୍ଷୁଧା ସମସ୍ୟାରେ ପ୍ରପୀଡ଼ିତ ହୋଇଥିବା ୟୁନାଇଟେଡ୍‌ ନେସନ୍‌ ପ୍ରକାଶ କରିଛି । ଦେଶର ଆର୍ଥିକ ଅବସ୍ଥା ତଥା ପ୍ରାକୃତିକ ବିପର୍ଯ୍ୟୟ ଏସବୁ ପାଇଁ ଦାୟୀ ବୋଲି ଜଣାପଡିଛି । ଅଙ୍ଗୋଲା ଓ ଜିମ୍ବାଓ୍ବେରେ ଦେହ ବ୍ୟାପାରରେ ଝିଅଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ବାଲ୍ୟ ବିବାହ ମଧ୍ୟ ବଢୁଛି । ଭୟଙ୍କର କ୍ଷୁଧାର୍ତ୍ତ ଓ ଦାରିଦ୍ର୍ୟଗ୍ରସ୍ତ ଭିତରେ ବିତାଉଥିବା ଏହିସବୁ ଲୋକମାନଙ୍କ ଘରେ ଯଦି କେହି ବାଳିକା ରହୁଛନ୍ତି, ତେବେ ସେମାନଙ୍କୁ ଏସବୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଛନ୍ତି ନତୁବା ସେମାନଙ୍କୁ ବାଲ୍ୟ ବିବାହ କରାଇ ଦେଉଛନ୍ତି । ବାଲ୍ୟ ବିବାହ ଫଳରେ ସେହି ପରିବାରର ଜଣେ ସଦସ୍ୟର ଖାଦ୍ୟକୁ ସେମାନେ ସଂଚୟ କରିପାରିବେ । ଅଧିକାଂଶ ଯୁବତୀମାନେ ପରିବାର ପ୍ରତିପୋଷଣ ପାଇଁ ଏହି ମାର୍ଗକୁ ଆଦରି ନେଇଛନ୍ତି । କେହି କେହି ନିଶା ଦେଇ ଯୁବତୀଙ୍କୁ  ଏହି ସବୁ କର୍ମ କରିବା ପାଇଁ ବାଧ୍ୟ କରୁଥିବାର ମଧ୍ୟ ଶୁଣିବାକୁ ମିଳୁଛି ।

ବିଗତ ଏକ ବର୍ଷ ମଧ୍ୟରେ ଅଙ୍ଗୋଲାରେ ବିଭିନ୍ନ ଶସ୍ୟର ଦାମ ଦୁଇଗୁଣା ବଢିଥିବାବେଳେ ଏହାକୁ କ୍ରୟ କରିବା ଲାଗି ଲୋକଙ୍କ ପାଖରେ ସକ୍ଷମ ନାହିଁ ।  ଯଦି ଜୁନ୍‌ ଭିତରେ ଫସଲ ଠିକ୍‌ଠାକ୍‌ ନହୁଏ, ତେବେ ପରିସ୍ଥିତି ଅଣାୟତ୍ତ ହୋଇପଡିବ । ଆଫ୍ରିକାର କିଛି ଅଞ୍ଚଳରେ 1981 ପରଠାରୁ ଏପର୍ଯ୍ୟନ୍ତ ସବୁଠାରୁ କମ୍‌ ବର୍ଷା ହୋଇଛି। ପାଣିପାଗ ପରିବର୍ତ୍ତନ ହେତୁ ଜାମ୍ବିଆ,ନାମ୍ବିବିଆ, ଲେସୋଥୋ ଓ ଇସ୍ବାତିନି ପରି ଆପ୍ରିକା ଦେଶ  ବିଶେଷ ପ୍ରଭାବିତ ହୋଇ ଭୟଙ୍କର କ୍ଷୁଧାର୍ତ୍ତ ସମସ୍ୟାରେ ପଡିଛନ୍ତି । (ଏଜେନ୍ସି)

drougthcrisisiinangola sextosruvive
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ

June 14, 2026

ଆଜି ପହିଲି ରଜ: ଗାଁଗଣ୍ଡାରେ ଯୁବତୀମାନଙ୍କ ମଧ୍ୟରେ ବେଶ ଉତ୍ସାହ

June 14, 2026

ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

June 14, 2026

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

June 14, 2026
Latest News

ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ

June 14, 2026

ଆଜି ପହିଲି ରଜ: ଗାଁଗଣ୍ଡାରେ ଯୁବତୀମାନଙ୍କ ମଧ୍ୟରେ ବେଶ ଉତ୍ସାହ

June 14, 2026

ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

June 14, 2026

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

June 14, 2026

ବିସ୍ତୃତ ରାଶିଫଳ: ପହିଲି ରଜରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.