ପରଦାକୁ ଆସିବ ‘ନାୟକ’ର ପାର୍ଟ ଟୁ  !

Published: Feb 19, 2019, 2:28 pm IST

ଅଭିନେତା ଅନୀଲ୍‌ କୁପର୍‌ଙ୍କ ଲୋକପ୍ରିୟ ଫିଲ୍ମ ‘ନାୟକ- ଦି ରିୟଲ ହିରୋ’ର ଦ୍ବିତୀୟ ଭାଗ ନିର୍ମାଣ ହେବ ବୋଲି ଶୁଣାଯାଉଛି । ୨୦୦୧ରେ ରିଲିଜ୍‌ ହୋଇଥିବା ଏସ୍‌. ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୀଲ୍‌ କପୁର୍‌, ରାଣୀ ମୁର୍ଖାଜୀ, ବରିଷ୍ଠ ଦିବଙ୍ଗତ ଅଭିନେତା ଅମରେଶ ପୁରୀ, ପରେଶ ରାଓ୍ବଲ୍‌, ଜନି ଲିଭର୍‌ ପ୍ରମୁଖ ଅଭିନୟ କରିଥିଲେ । ରାଜନୈତିକ ପୃଷ୍ଠଭୂମିକୁ ନେଇ ଏହି ଫିଲ୍ମଟି ସେ ସମୟରେ ଲୋକଙ୍କ ମନରେ ବେଶ୍‌ ଆଲୋଡନ ସୃଷ୍ଟି କରିଥିଲା । ତାମିଲ୍‌ ଫିଲ୍ମ ‘ମୁଧଲଭନ୍‌’ର ଏହା ହିନ୍ଦୀ ରିମେକ୍‌ ଥିଲା ।  ଏହି ଫିଲ୍ମର ଦ୍ବିତୀୟ ଭାଗ ନିର୍ମାଣ ହେବାକୁ ନେଇ ଅନୀଲ୍‌ କହିଛନ୍ତି ଯେ ଏହି ଫିଲ୍ମର ପାର୍ଟ ଟୁ ହେବା ନିଶ୍ଚିତ ଭାବେ ଏକ ଉତ୍ତମ ବିଚାର । ତେବେ ଫିଲ୍ମର ଶୁଟିଂ ଓ ଏହାର କାଷ୍ଟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ଅନୀଲ୍‌ ବର୍ତ୍ତମାନ ‘ଟୋଟାଲ୍‌ ଧମାଲ୍‌’ର ପ୍ରମୋଶନ୍‌କୁ ନେଇ ବ୍ୟସ୍ତ ଅଛନ୍ତି ।

Related posts