2019ରେ ଜାରି କରାଯାଇଛି 1.22 କୋଟି ପାସପୋର୍ଟ

Published: Feb 12, 2020, 7:50 pm IST

ନୂଆଦିଲ୍ଲୀ : 2019ରେ ସମୁଦାୟ 1.22 କୋଟିଟି ପାସପୋର୍ଟ ଜାରି କରାଯାଇଛି । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ଏମ୍‌ଇଏ ପକ୍ଷରୁ ଆୟୋଜିତ ଇ ଅଫିସ୍‌ ଓ୍ବାର୍କସପ୍‌ ସମୟରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଇ ଗର୍ଭନାନ୍ସ ବ୍ୟବସ୍ଥାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି ଏବଂ ଆଗାମୀ ଦିନରେ ପାସପୋର୍ଟ ପ୍ରଦାନର ବ୍ୟବସ୍ଥାକୁ ସରଳ କରାଯିବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି । (ଏଜେନ୍ସି)

Related posts