ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ଭାରୋତ୍ତଳନରେ ରୌପ୍ୟ ପଦକ ଜିତିଲେ ଗଞ୍ଜାମର ମିଟୁ ପ୍ରଧାନ

Published: Feb 17, 2020, 3:14 pm IST

କୃଷ୍ଣଚନ୍ଦ୍ର ସୁଆଁସିଆ

ହିଞ୍ଜିଳିକାଟୁ: ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ଭାରୋତ୍ତୋଳନରେ ରୌପ୍ୟପଦକ ଜିତି ସୁନାମ ଅର୍ଜନ କଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମର ଶିଙ୍ଗା ପ୍ରଧାନଙ୍କ ସାନ ପୁଅ ମିଟୁ ପ୍ରଧାନ।ସେ ମୁମ୍ବାଇରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିଲେ ସୁଦ୍ଧା ଭାରୋତ୍ତୋଳନରେ ଥିବା ଦୁର୍ବଳତା ଏଭଳି ପ୍ରତିଯୋଗିତାରେ ପ୍ରତିଭା ପ୍ରସ୍ପୁଟିତ କରିବାରେ ସହାୟକ ହୋଇପାରିଛି। ମହାରାଷ୍ଟ୍ରର ବିଭିନ୍ନ ପ୍ରତିଭାମାନଙ୍କ ସହ ପ୍ରତିଯୋଗିତା ଅଂଶଗ୍ରହଣ କରି ଓଡିଶା ତଥା ଜନ୍ମ ମାଟିର ଗର୍ବକୁ ଦ୍ବିଗୁଣିତ କରିଥିବା ହେତୁ ଅନେକ ପ୍ରଶଂସା ସାଉଁଟିଛନ୍ତି। କାର୍ଯ୍ୟରେ ନିୟୋଜିତ ଥିବା ସତ୍ତ୍ବେ ନିଜର ଇଛାଶକ୍ତି ବଳରେ ଭାରୋତ୍ତଳନରେ ସଫଳତା ପାଇବା ପରେ ଘରୋଇ ମାଟିରେ ଖୁସିର ଲହରୀ ଖେଳିବା ସହିତ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Related posts