ଭୁବନେଶ୍ଵର: ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରିଛନ୍ତି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି। ଏହା ଏକ ଅସାଧାରଣ ସ୍ଥାପତ୍ୟ କିର୍ତ୍ତୀମାନ ଏବଂ ରାଜ୍ୟର ଏକ ପ୍ରମୁଖ ସମ୍ପଦ ବୋଲି ସେ କହିଛନ୍ତି। ଏହି ଡ୍ୟାମ୍ ରାଜ୍ୟର ଏକ ପ୍ରମୁଖ ଜଳସମ୍ପଦ ପ୍ରକଳ୍ପ। ରାଜ୍ୟର କୃଷି ସମୃଦ୍ଧି ସହ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ଜନଜୀବନରେ ଏହି ପ୍ରକଳ୍ପର ଅବଦାନ ଉଲ୍ଲେଖନୀୟ ବୋଲି ରାଜ୍ୟପାଳ କହିଛନ୍ତି।


