ଆଜି ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌ : ଚଳିତ ବଜେଟ୍‌ ହେବ ପେପଲ୍‌ଲେସ୍‌ ବଜେଟ୍‌

Published: Feb 18, 2020, 2:22 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। 2020-2021 ପାଇଁ ବଜେଟ୍‌ରେ ରହିଛି ନୂତନ ସ୍ବତନ୍ତ୍ରତା। କାରଣ ଚଳିତ ବଜେଟ୍‌ ହେବ ପେପର୍‌ଲେସ୍‌। ଏଥର ବଜେଟ୍‌କୁ ଡିଜିଟାଲ୍‌ ପଦ୍ଧତିରେ ଉପସ୍ଥାପନ କରାଯିବ। ଏଥିପାଇଁ ବଜେଟ୍‌ ପୁସ୍ତିକା ଛପାଯାଇନାହିଁ। ବଜେଟ୍‌ ପୁସ୍ତିକା ନ ଛପାଯିବାରୁ 75 ଲକ୍ଷ କାଗଜ ବଞ୍ଚିଛି। ବଜେଟ୍‌ର ଡିଜିଟାଲ୍‌ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ବାଗତ କରି ‘ଗୋ ଗ୍ରୀନ୍‌ ଓ ଗ୍ରୀନ୍‌ ବଜେଟ୍‌’ ବୋଲି ଟୁଇଟ୍‌ କରିଛନ୍ତି। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି।

Related posts