Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାଇବର ଅପରାଧ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ
ଆଞ୍ଚଳିକ

ସାଇବର ଅପରାଧ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

February 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମଣ୍ଡାସାହି ପଞ୍ଚାୟତ ଅଫିସରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ପରିଚାଳିତ କାର୍ଯ୍ୟକ୍ରମରେ ଜଗତସିଂହପୁର ବିଡିଓ ସାଗର କୁମାର ନନ୍ଦ, ସରପଞ୍ଚ ଚିତ୍ତରଞ୍ଜନ ରାଉଳ, ସମିତି ସଭ୍ୟ ବିଶ୍ବନାଥ ବାରିକ୍‌, ଓ୍ବାର୍ଡ ମେମ୍ବର ସଞ୍ଜୟ ବାରିକ୍, ପାରାଲିଗାଲ୍‌ ସ୍ବେଚ୍ଛାସେବୀ କ୍ଷୀରୋଦ କୁମାର ଦାଶ, ମନୋଜ ସ୍ବାଇଁ, ଶୁଭଲକ୍ଷ୍ମୀ ନାୟକ, ଅବନୀକାନ୍ତ ମହାରଣା, ଜଗତସିଂହପୁର ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଯୋଗଦେଇଥିଲେ।

ଶିବିରରେ ଅତିଥିମାନେ ସାଇବର ଅପରାଧ ଉପରେ ଥିବା ଆଇନ ଆଦି ବିଷୟରେ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସଭାରେ ପ୍ରାଧିକରଣର ସଚିବ ଶ୍ରୀ ରାଉତ ଇଣ୍ଟେଲିକ୍‌ଚୁଆଲ୍‌ ପ୍ରପଟି ଯଥା ପ୍ୟାଣ୍ଟେଟ୍‌, ଟ୍ରେଡ୍‌ ମାର୍କ, କପିରାଇଟ୍‌ ଇତ୍ୟାଦି ବିଷୟରେ ବୁଝାଇବା ସହିତ ଅନ୍‌ଲାଇନ୍‌ ପେମେଣ୍ଟ, ମୋବାଇଲ୍‌ ବ୍ୟାକିଂ, ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ଆଦି ବିଷୟରେ ଆଲୋକପାତ କରିଥିଲେ। ତତ୍‌ସହିତ ପ୍ରାଧିକରଣର ସଚିବ ଶ୍ରୀ ରାଉତ ଲୋକମାନଙ୍କ ଦୈନନ୍ଦୀନ ଜୀବନରେ କାମକୁ ଆସୁଥିବା ଆଇନ ଆଦି ବିଷୟରେ ଆଲୋଚନା କରିବା ପୂର୍ବକ, ଆଇନସେବା ପ୍ରାଧିକରଣର ଦାୟିତ୍ବ, ମହିଳା ଓ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଆଇନ, କିଶୋର ନ୍ୟାୟ ଆଇନ ନିୟମ, ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ନିୟମ, କନ୍ୟା ସନ୍ତାନର ମହତ୍ତ୍ବ, ପ୍ରାକ୍‌ ଗର୍ଭଧାରଣ ଓ ପ୍ରାକ୍‌ ପ୍ରସୂତୀ ନିଦାନ ଅଧିନିୟମ ଓ ପାରିବାରିକ ହିଂସା ନିରୋଧ ଆଇନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ସଭାରେ ଆଖପାଖ ଅଞ୍ଚଳର ଦୁଇ ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳାମାନେ ଯୋଗଦାନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.