Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟନର ବିକାଶ ପାଇଁ ଗାନ୍ଧୀ ସର୍କିଟ ପ୍ରତିଷ୍ଠା ପ୍ରସ୍ତାବ
ଆଜିର ଖବର

ପର୍ଯ୍ୟଟନର ବିକାଶ ପାଇଁ ଗାନ୍ଧୀ ସର୍କିଟ ପ୍ରତିଷ୍ଠା ପ୍ରସ୍ତାବ

February 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ
ଭୁବନେଶ୍ବର : ଓଡିଶା ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ପ୍ରକାଶ କରିଛନ୍ତି । ବିଧାନସଭାରେ ଉତ୍ତର ରଖିବା ସମୟରେ ରାଜ୍ୟ ସରକାର ଗାନ୍ଧୀ ସର୍କିଟର ପ୍ରତିଷ୍ଠା ଉପରେ ସରକାର ବିଚାର କରୁଛନ୍ତି ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଗାନ୍ଧିଜୀ ଓଡିଶାରେ ପରିଭ୍ରମଣ ଓ ରହିଥିବା ସ୍ଥାନଗୁଡିକୁ ସଞ୍ଜୋଗ କରି ଏକ ପର୍ଯ୍ୟଟନ ସର୍କିଟ୍‌ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟରେ 482 କିମି ପରିବ୍ୟାପ୍ତ ବେଳାଭୂମିର ବିଭିନ୍ନ ପ୍ରାନ୍ତରେ ଇକୋ ରିଟ୍ରିଟ୍‌ ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ବିଭିନ୍ନ କ୍ଲିୟରାନ୍ସ ନମିଳିବା କାରଣରୁ ଦୀର୍ଘବର୍ଷ ଧରି ପଡିରହିଥିବା ଶାମୁକା ପ୍ରକଳ୍ପ ପୁନର୍ବାର ଆରମ୍ଭ କରାଯାଇଛି । ବିଭାଗୀୟ ବଜେଟ ବରାଦ ଅର୍ଥ 100 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଏବଂ ବେଳାଭୂମିର ବିକାଶ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।
ସେହିପରି ହୁକିଟୋଲାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ବ୍ରିଟିଶ୍‌ ଅମଳରୁ ରହିଥିବା ବିଭିନ୍ନ ଅଟ୍ଟାଳିକାର ପୁନରୁଦ୍ଧାର କରାଯାଇଛି । ପୁନରୁଦ୍ଧାର ନିମନ୍ତେ 1 କୋଟି 3 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ପର୍ଯ୍ୟଟଙ୍କ ସୁବିଧା ଲାଗି ଗୋଟିଏ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଛି । ହୁକିଟୋଲାକୁ ଯିବା ପାଇଁ ଫ୍ଲୋଟିଙ୍ଗ ଜେଟି ସ୍ଥାପିତ ହୋଇଛି । ଜମ୍ବୁ ଠାରୁ ଘରୋଇ ବୋଟ ଚଳାଚଳ କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଯାଞ୍ଚ କରନ୍ତୁ ଆଜିର ଦର

August 6, 2026
Latest News

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଯାଞ୍ଚ କରନ୍ତୁ ଆଜିର ଦର

August 6, 2026

‘ବାଂଲାଦେଶ ଏବେ ଦ୍ଵିତୀୟ ପାକିସ୍ତାନ’: ଜାଣନ୍ତୁ ଭାରତ ବିଷୟରେ କ’ଣ କହିଲେ ଶେଖ ହସିନାଙ୍କ ପୁଅ?

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.