Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଭାପତି ପଦର ଲଲିପପ, ରାଜ୍ୟସଭା ଆଶା ମଉଳିଲା
ବିଶେଷ ଖବର

ସଭାପତି ପଦର ଲଲିପପ, ରାଜ୍ୟସଭା ଆଶା ମଉଳିଲା

February 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଜିଲ୍ଲାରେ ବହୁ ଆଲୋଚନା ଚାଲିଛି ।  କେଉଁଠି କ୍ଷୋଭ ତ କେଉଁଠି କ୍ୟାରିୟରକୁ ନେଇ ଚର୍ଚ୍ଚା । କେଉଁଠି ଆକ୍ରୋଶର ଶିକାର ହୋଇ କିଛି ଦିନର ନୀରବତା ପରେ ପୁଣି ମନ୍ତ୍ରୀ ପଦ ଫେରି ପାଇବାର ଆଶାରେ ଡ. ପାଣିଗ୍ରାହୀଙ୍କୁ ବିଜେଡ଼ି ଜିଲ୍ଲା ସଭାପତି ପଦରୁ ଦୂରେଇ ନିଆଗଲାକି..ଏହା ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ରାଜ୍ୟସଭା ପାଇଁ  ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନାମ ଆପତତଃ ଆଉ ନଥିବାର ସ୍ପଷ୍ଟ ସଂକେତ ମିଳିସାରିଛି । ଦେଖିବାକୁ ଗଲେ ଚ୍ୟାଉ ପଟ୍ଟନାୟକଙ୍କ ୨୫ ବର୍ଷ ରାଜନୈତିକ ଅନୁଭୂତି ଶେଷରେ ଆସି ଜିଲ୍ଲା ସଭାପତି ପଦରେ ଝୁଲିବ ଏହାକୁ ତାଙ୍କର ଅନୁଗତ ମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ବ୍ରହ୍ମପୁର ବିଧାନସଭା ଆସନରୁ ନିର୍ବାଚିତ କୌଣସି ନେତାଙ୍କୁ ବିଗତ ଚାରିଦଶନ୍ଧି ଭିତରେ ମନ୍ତ୍ରୀପଦ ମିଳିନାହିଁ । ଡା. ଚ୍ୟାଉ ପଟ୍ଟନାୟକ ଚିକିତ୍ସା ପେଶାରୁ ଆସି ରାଜନୀତିରେ ପ୍ରାୟତଃ ପଚିଶି ବର୍ଷ ଅମିଳନ ଓ ନିର୍ବିବାଦୀୟ ଚେହେରା ହୋଇ ମଧ୍ୟ ସେ ମନ୍ତ୍ରୀ ପଦରୁ ବଂଚିତ । ଡ. ଚ୍ୟାଉ ପଟ୍ଟନାୟକଙ୍କୁ ୨୦୧୯ ନିର୍ବାଚନରେ ଟିକେଟ ନଦେଇ ଦଳ ପାଇଁ ନବାଗତ ବିକ୍ରମ ପଣ୍ଡା ପ୍ରାର୍ଥୀ ହୋଇ ଆଜି ବିଧାୟକ। କିନ୍ତୁ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ନେବାର ପ୍ରଲୋଭନ ଦେଖାଇ ବର୍ତ୍ତମାନ ରାଜ୍ୟସଭା ବିଜ୍ଞପ୍ତି ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ପଦ ଦିଆଯାଇ ତାଙ୍କ କ୍ୟାରିୟର ପ୍ରତି ଆଶୀର୍ବାଦ ନୁହେଁ, ଏକ ପ୍ରକାର ଉପହାସ ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି ।

ଅନ୍ତତଃ ତାଙ୍କର ରାଜନୀତିରେ ଅନୁଭବ ଏବଂ ସ୍ଵଚ୍ଛ ବ୍ୟକ୍ତିତ୍ୱ ପାଇଁ ରାଜ୍ୟସଭାକୁ ଯିବାରେ କୌଣସି ଅସୁବିଧା ନଥିଲା। ତାଙ୍କ ପ୍ରତି ନ୍ୟାୟ ନୁହେଁ ବରଂ ଅନ୍ୟାୟ ହୋଇଛି ବୋଲି ବ୍ରହ୍ମପୁରବାସୀ ଅନୁଭବ କରୁଥିବାବେଳେ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସେଇ ଚିରାଚରିତ ଢ଼ଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜେଡ଼ି ମୁଖିଆଙ୍କ ନିର୍ଦ୍ଦେଶକୁ ମୁ ମାନି ନେଇଛି କହୁଥିଲେ ମଧ୍ୟ ତାଙ୍କ ମନର ଆଶା ଆଶା ହୋଇ ରହିଗଲା ।

ଡ. ପ୍ରଦୀପ ପାଣିଗ୍ରାହୀ ଗତ ନିର୍ବାଚନରେ ମନ୍ତ୍ରୀପଦ ନ ମିଳିବା ପରେ କିଛି ଦିନ ବ୍ୟବଧାନରେ ସେ ଗଂଜାମ ଜିଲ୍ଲା ସଭାପତି ପଦ ପାଇବେ ଭାବି କିଛିତା ଆଶାବାଡି ଥିଲେ । ହେଲେ  ଜିଲ୍ଲା ସଭାପତି ପଦରୁ ରୁ ତାଙ୍କୁ ହଟେଇ ଦିଆଯାଇଛି। ମନ୍ତ୍ରୀ ପଦ ଫେରିପାଇବାର ଆଶା ଥିଲେ ମଧ୍ୟ ତୃତୀୟ ମହଲାର ଶୁଭ ଦୃଷ୍ଟିରେ ସେ ପ୍ରାୟତଃ ନାହାନ୍ତି । ତାଙ୍କର ଅହଙ୍କାର ଓ ମେରୀ ରାୟ ନୀତିକୁ ଦଳ ମଧ୍ୟ ନାପସନ୍ଦ କରୁଛନ୍ତି। ସଭାପତି ପଦ ପାଇଁ ମଧ୍ୟ ଗଂଜାମ ଜିଲ୍ଲାରୁ କେବଳ ତାଙ୍କ ନାମ ହିଁ ଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। କିନ୍ତୁ ହଠାତ୍ କେଉଁ ପରିସ୍ଥିତିରେ ତାଙ୍କୁ ସଭାପତି ପଦରୁ ହଟାଇ ଦିଆଗଲା ଏବଂ ତାଙ୍କ ସ୍ଥାନରେ ଚ୍ୟାଉ ପଟ୍ଟନାୟକଙ୍କୁ ଉକ୍ତ ପଦରେ ଉପସ୍ଥାପନା କରାଗଲା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଗୋଟିଏ ପଟରେ ଦଳର ଭିନ୍ନ ଦୃଷ୍ଟି ଥିବାବେଳେ ଅନ୍ୟ ପଟରେ ସେ ଗତ ନିର୍ବାଚନରେ କମ୍ ବ୍ୟବଧାନରେ ବିଭୂତି ଜେନାଙ୍କୁ ମାତ ଦେଇ ବିଧାୟକ ହେବା ପରଠାରୁ ଅନେକ କର୍ମୀଙ୍କୁ ମଧ୍ୟ ସେ ରୋଷ ଦେଖାଇ ଆସିବା ସହ ଭଲ ବ୍ୟବହାର ଦେଖାଉନାହାନ୍ତି ବୋଲି ଚର୍ଚ୍ଚା । ଦେଖିବାକୁ ଗଲେ ଏଇ ଦୁଇନେତା ଜଣେ ତରୁଣ ଜଣେ ପ୍ରବୀଣ। ଦୁହେଁ ବିଜେଡ଼ି ଜିଲ୍ଲାର ସଭାପତି ପଦର ଚକ୍ରବ୍ୟୁହରେ ଅଣନିଶ୍ୱାସୀ ହୋଇ ନିଜ ଭାଗ୍ୟକୁ ଆଦରି ରହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026
Latest News

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.