ଟ୍ରଲର୍‌-କାର୍‌ ଧକ୍କା, ଜଣେ ମୃତ, ତିନି ଗୁରୁତର

Published: Mar 4, 2020, 9:47 am IST

ସମୀକ୍ଷା ବ୍ୟୁରୋ

ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ଏକ କାର୍ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। କାର୍‌ ଯୋଗେ ଚାରି ଜଣ ଭଦ୍ରକରୁ ବାସୁଦେବପୁର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

Related posts