କ୍ରମାଗତ ଚତୁର୍ଥ ଥର ଫାଇନାଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ

Published: Mar 5, 2020, 5:08 pm IST

ସିଡ୍‌ନୀ : ମହିଳା ଟି 20 ବିଶ୍ବକପ୍‌ର ଫାଇାନାଲ୍‌ରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକାକୁ 6 ରନ୍‌ରେ ପରାସ୍ତ କରି ମେଗ୍‌ ଲାନିଂଙ୍କ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପହଞ୍ଚିଛି । ଅଧିନାୟିକା ମେଗ୍‌ ଲାନିଂଙ୍କ 49 ରନ୍‌ ଏବଂ ବେଥ୍‌ ମୁନିଙ୍କ 28 ରନ୍‌ ବଳରେ ଅଷ୍ଟ୍ରେଲିଆ 5 ଓ୍ବିକେଟ ହରାଇ 134 ରନ୍‌ ସଂଗ୍ରହ କରିଥିଲା । ବର୍ଷା କାରଣରୁ ଦ ଳଆଫ୍ରିକାକୁ 13 ଓଭରରେ 98 ରନ୍‌ର ସଂଶୋଧିତ ଲକ୍ଷ୍ୟ ପ୍ରଦାନ କରାଯାଇଥିଲା । ଲୌରା ଉଲ୍ଭଡ୍ରେଟ୍‌ 27ଟି ବଲ୍‌ରୁ 41 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା କାରଣରୁ ଦଳ ବିଜୟ ଲକ୍ଷ୍ୟରୁ 6 ରନ୍‌ ଦୂରରେ ରହିଥିଲା । ଲୌରା ନିଜ ଇନିଂସରେ 3ଟି ଚୌକା ଏବଂ ଦୁଇଟି ଛକ୍କା ମାରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍‌ ସ୍ଚଟ୍‌ ସର୍ବାଧିକ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଜେସ୍‌ ଜନ୍‌ସନ୍‌, ଡେଲିସା କିମିନ୍ସ ଏବଂ ସୋଫି ମିଲନକ୍ସ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଫାଇନାଲ୍‌ରେ ଘରୋଇ ଅଷ୍ଟ୍ରେଲିଆ ଭାରତର ମୁକାବିଲା କରିବ । (ଏଜେନ୍ସି)

Related posts