Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ଭାଇରସ ନେଇ ଆରମ୍ଭ ହେଲା ଗୁଜବ, ସାତୋଟି ତୁଳସୀ ପତ୍ର ଖାଇବାକୁ ଗୁଜବକାରୀଙ୍କ ପରାମର୍ଶ
ଜାତୀୟ ଖବର

କରୋନା ଭାଇରସ ନେଇ ଆରମ୍ଭ ହେଲା ଗୁଜବ, ସାତୋଟି ତୁଳସୀ ପତ୍ର ଖାଇବାକୁ ଗୁଜବକାରୀଙ୍କ ପରାମର୍ଶ

March 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ଜଗତ ପାଇଁ ଏକ ଚ୍ୟାଲେଜ ସୃଷ୍ଟି ହୋଇଛି। ଏହି ରୋଗର ନିରାକରଣ ପାଇଁ କୌଣସି ଔଷଧ ନ ଥିବାରୁ ଲୋକେ ଆହୁରି ଆତଙ୍କିତ ହେବାରେ ଲାଗିଛନ୍ତି। ଏପରି ପରିସ୍ଥିତିରେ ଗୁଜବକାରୀମାନେ ବେଶ୍ ଫାଇଦା ନେବାରେ ଲାଗିଛନ୍ତି।

ବର୍ତ୍ତମାନ କରୋନା ଭାଇରସ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ଏକ ବଡ ଗୁଜବ ସୃଷ୍ଟି ହେବାରେ ଲାଗିଛି। ତାହା ହେଲା ଯେ କୌଣସି ସମୟରେ ସାତୋଟି ତୁଳସୀ ପତ୍ର ଜଗନ୍ନାଥଙ୍କୁ ସ୍ମରଣ କରି ଖାଇବାକୁ ପରାମର୍ଶ ଦିଆଯାଇଛି। ଏହା ଦ୍ବାରା କରୋନା ଭାଇରସ ଆଉ ଦେହରେ ପ୍ରବେଶ କରିବ ନାହିଁ ବୋଲି କୁହାଯାଇଛି। ଏହି କଥା ବର୍ତ୍ତମାନ ତୁଣ୍ଡରୁ ତୁଣ୍ଡ ଘୁରିବାରେ ଲାଗିଛି। ଏପରିକି କେତେକ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ପରାମର୍ଶ ଦିଆଯାଇଛି। ଏହା ଠିକ୍ ନ ଭୁଲ କେହି ତଦାରଖ ନ କରି ତୁଳସୀ ପତ୍ର ଖାଇବାରେ ଲାଗିଛନ୍ତି।

ତେବେ ଗୁଜବକାରୀମାନେ ବେଶ୍ ସତର୍କତାର ସହ ଏହି ଗୁଜବକୁ ପ୍ରସାର କରିଛନ୍ତି। ତାହା ହେଲା ଯେ, ସେ ଏପରି କଥା କହିଛନ୍ତି ଯେପରି ଜଣେ ସାଧାରଣ ଲୋକ ବିଶ୍ବାସ କରିବ। ମୁଖ୍ୟତଃ ତୁଳସୀ ପତ୍ର ଏବଂ ଜଗନ୍ନାଥଙ୍କ ନାମ ଏହି ଗୁଜବରେ ଯୋଡି ଦିଆଯାଇଛି ଫଳରେ ଲୋକେ ବିଶ୍ବାସ କରିନେଉଛନ୍ତି। ଅନ୍ୟପକ୍ଷରେ ଏହି ପତ୍ର ସେବନ କଲେ ଦେହ ପ୍ରତି ବେଶ୍ ହିତକର ବୋଲି ସମସ୍ତେ ଜାଣନ୍ତି। ହେଲେ କରୋନା ଭାଇରସକୁ ପ୍ରତିରୋଧ କରୁ ବା ନାହିଁ, ତୁଳସୀ ପତ୍ର ଖାଇଦେଲେ ଅସୁବିଧା ନାହିଁ ଭାବି ଅନେକ ଏପରି ଭୟରେ କରିବାରେ ଲାଗିଛନ୍ତି।

ତେବେ ଆୟୁର୍ବେଦ ଡାକ୍ତରଙ୍କ ମତରେ କରୋନା ଭାଇରସ ଏକ ନୂଆ ପ୍ରକାରର। ତାହାର ଲକ୍ଷଣ ଏବଂ ଶରୀରରେ କୁପ୍ରଭାବକୁ କିପରି ପ୍ରତିରୋଧ କରାଯିବ ସେ ଉପରେ କୌଣସି ଗବେଷଣା କରାଯାଇ ନାହିଁ। ଏପରି ସ୍ଥଳେ ତୁଳସୀପତ୍ର ଖାଇଲେ ଯେ କରୋନା ଭାଇରସ ଆକ୍ରମଣ କରିବା ନାହିଁ ତାହା କହିବା ଭୁଲ ହେବ।

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ପିଏମ୍-ବାଣୀରେ ନୂତନ ସଂସ୍କାର

May 27, 2026

ଜନସାଂଖ୍ୟିକ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି’ ଗଠନ କଲେ ଭାରତ ସରକାର

May 27, 2026

ଜାତୀୟ କ୍ରୀଡା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲ୍ ଅଧିନିୟମ, ୨୦୨୬ ଲାଗି ଅଧିସୂଚନା ଜାରି

May 27, 2026
Latest News

ଆଜି ଢେଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ

May 27, 2026

ରୋଚକ ମୋଡରେ କର୍ଣ୍ଣାଟକ ରାଜନୀତି : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା

May 27, 2026

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ରାଜଧାନୀରେ ଏନକାଉଣ୍ଟର

May 27, 2026

ପିଏମ୍-ବାଣୀରେ ନୂତନ ସଂସ୍କାର

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.