ଆଜି ବାର ଘଣ୍ଟିଆ ନୟାଗଡ଼ ବନ୍ଦ

Published: Mar 6, 2020, 9:15 am IST

ସମୀକ୍ଷା ବ୍ୟୁରୋ

ନୟାଗଡ଼: ଆଜି ବାରଘଣ୍ଟିଆ ନୟାଗଡ଼ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସଂଧ୍ୟା  ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରୁଛି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି। ଚିନିକଳ ଶ୍ରମିକ, କର୍ମଚାରୀ ଏବଂ ଚାଷୀଙ୍କ ବକେୟା ରାଶି ଫେରାଇବା ଏବଂ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦାବିରେ ଆଜି ବନ୍ଦ ପାଳନ କରୁଛି କ୍ରିୟାନୁଷ୍ଠାନ କମିଟି। ଜିଲ୍ଲାର କୃଷକ,ଶ୍ରମିକ ଆଦି ଅନେକ ସଂଗଠନ ଏହି ବନ୍ଦପାଳନକୁ ସମର୍ଥନ କରୁଛନ୍ତି।  ସମଗ୍ର ଜିଲ୍ଲାର ସଡକପଥ, ଦୋକାନ,ବଜାର, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଆଜି ବନ୍ଦ ରହିବ।

Related posts