ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

Published: Mar 6, 2020, 9:45 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ଫାଣ୍ଡି ଅଂଚଳରେ ବେଆଇନ ଭାବେ ଏକ ଢ଼ାବାରେ ମଦ ବିକ୍ରି କରୁଥିବାବେଳେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ପୁରୁଷୋତ୍ତମପୁର ଏସ୍‌ଡ଼ିପିଓ ସୀମା ସ୍ୱାଇଁ କୌଣସି ବିଶେଷ ସୂତ୍ରରୁ ଖବରପାଇ ବିଦେଶୀ ମଦ ଗଚ୍ଛିତ ରଖିଥିବା ରାମକୃଷ୍ଣ ହୋଟେଲ୍ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଉକ୍ତ ଦୋକାନୀ କୌଣସି ଲାଇସେନ୍‌ସ ନଥାଇ ପ୍ରଚର ପରିମାଣରେ ବିଦେଶୀ ମଦ ରଖି ବିକ୍ରି କରୁଛି। ରାମକୃଷ୍ଣ ହୋଟେଲ ମାଲିକ କେ ସୁନିଲ ରାଓ (୨୫)କୁ ପୋଲିସ୍ ଗିରଫ କରିଛି। ହୋଟେଲ୍‌ରୁ ପ୍ରାୟ ୨୦୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନାଥାଉକି ଏଭଳି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଥିବାବେଳେ ଗଂଜାମ ଜିଲ୍ଲାରେ ଏଭଳି ବିଭିନ୍ନ ଢ଼ାବା, ହୋଟେଲ୍‌, ପାନ ଦୋକାନରେ ବେଆଇନ ଭାବେ ମଦ ବିକ୍ରି କରୁଛନ୍ତି।

Related posts