ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟସଭା ପାଇଁ ବିଜେଡିର ଚାରି ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ନାମାଙ୍କନ ଦାଖଲ କରୁଛନ୍ତି। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ନାମାଙ୍କନ କରୁଛନ୍ତି।
17ଟି ରାଜ୍ୟର 55ଟି ଆସନ ପାଇଁ ହେବ ନିର୍ବାଚନ। ଖାଲି ହେଉଥିବା 55ଟି ଆସନ ମଧ୍ୟରୁ ଓଡ଼ିଶାର 4ଟି ରାଜ୍ୟସଭା ଆସନ ରହିଛି। ମାର୍ଚ୍ଚ 13 ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ 26ରେ ନିର୍ବାଚନ ଓ ଫଳ ପ୍ରକାଶ ପାଇବ। 16 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମାର୍ଚ୍ଚ 18। ଏହାପରେ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ। ସକାଳ ୯ଟାରୁ ଅପରାହ୍ନଣ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ ହେବା। ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ। 17ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ ଏବଂ ମେଘାଳୟରେ ରାଜ୍ୟସଭା ନିର୍ବାଚନ ହେବ।