Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ନେତା ବାଣ୍ଟୁଛନ୍ତି ମାଗଣା ମାସ୍କ ଓ ସାନିଟାଇଜର୍‌
ଆଜିର ଖବର

ବିଜେପି ନେତା ବାଣ୍ଟୁଛନ୍ତି ମାଗଣା ମାସ୍କ ଓ ସାନିଟାଇଜର୍‌

March 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁଣେ : ଭାରତର କିଛି ସହରରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ 11ଟି କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହାକୁ ଦେଖି ମହାରାଷ୍ଟ୍ର ସରକାର ସତର୍କ ହୋଇଛନ୍ତି। ଏହା ସହିତ ନେତାମାନେ ମଧ୍ୟ ଏହି ଭାଇରସ ପ୍ରତି ସତର୍କ ରହି ସଚେତନତା କରୁଛନ୍ତି । କରୋନା ମାମଲା ବୃଦ୍ଧି ଦେଖି ବଜାରରେ ମାସ୍କ ଓ ସାନିଟାଇଜର୍‌ ଦାମ ଆକାଶ ଛୁଆଁ ହୋଇଯାଇଛି । ସେହିପରି ବଜାରରେ ମଧ୍ୟ ଏହାକୁ ନେଇ କଳାବଜାରୀ ହେଉଥିବାର ଖବର ମିଳୁଛି ।

ସାଧାରଣରେ କରୋନାକୁ ନେଇ ବେଶ୍‌ ସଚେତନ ରହୁଥିବାବେଳେ ମାସ୍କ ଓ ସାନିଟାଇଜର୍‌ର ବର୍ଦ୍ଧିତ ଦର ଯୋଗୁଁ ଏହାକୁ କ୍ରୟ କରିବାରେ ଜନତା ବେଶ୍‌ ଅସୁବିଧା ଭୋଗ କରୁଛନ୍ତି । ଜନତାଙ୍କ ଏହି ସମସ୍ୟାକୁ ଦେଖି ନେତାମାନେ ମଧ୍ୟ ନିଜ ନିଜ ନିର୍ବାଚନୀ କ୍ଷେତ୍ରରେ ଜନତାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ନେଉଛନ୍ତି । ପୁଣେର ମହାରାଷ୍ଟ୍ରର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ୍‌ ନିଜ ନିର୍ବାଚନୀ କ୍ଷେତ୍ରର ଜନତାଙ୍କ ପାଇଁ ମାଗଣା ମାସ୍କ ଓ ସାନିଟାଇଜର୍ ବିତରଣ ଆରମ୍ଭ କରିଛନ୍ତି । ପୁଣରେ କରୋନାର ସମ୍ପର୍କିତ 8ଟି ମାମଲା ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ବୃଦ୍ଧି ଯୋଗୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୈଠକ କରିବା ସହିତ ଏହା ଉପରେ କଡା ନଜର ରଖିଛନ୍ତି । ସ୍ବାସ୍ଥ୍ୟ ବିଭାଗ ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ କରିଛନ୍ତି । ଏପରିକି ଆଇପିଏଲ୍‌କୁ ବିନା ଦର୍ଶକରେ ଆୟୋଜିତ କରିବା ନେଇ ଚିନ୍ତା କରାଯାଉଛି ।

ସୂଚନାଯୋଗ୍ୟ,  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 73ରେ ପହଞ୍ଚିଲାଣି । କେରଳରେ 17ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ମହାରାଷ୍ଟ୍ରରେ 11, କର୍ଣ୍ଣାଟକରେ 4, ତାମିଲନାଡୁରେ ଜଣେ, ରାଜସ୍ଥାନରେ 3ଜଣ (ବିଦେଶୀ), ତେଲେଙ୍ଗାନାରେ ଜଣେ, ଜମ୍ମୁକାଶ୍ମୀରରୁ ଜଣେ, ଲଦାଖରୁ ତିନି ଜଣ, ଦିଲ୍ଲୀରୁ 6 ଜଣ, ହରିୟାଣାର 14 ଜଣ (ବିଦେଶୀ), ଉତ୍ତରପ୍ରଦେଶରୁ ମଧ୍ୟ 11ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏଥିରେ ଜଣେ ବିଦେଶୀ ରହିଛନ୍ତି । ସେହିପରି ପଞ୍ଜାବର ଜଣେ କରୋନା ସଂକ୍ରମିତଙ୍କ ମାମଲା ରହିଛି । (ଏଜେନ୍ସି)

chandrakantapatil coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025
Latest News

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025

ଏସିଆ କପ୍: ଶୁଭମନ ଗିଲଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ମିଳିବ ସୁଯୋଗ!

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.