Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ନେତା ବାଣ୍ଟୁଛନ୍ତି ମାଗଣା ମାସ୍କ ଓ ସାନିଟାଇଜର୍‌
ଆଜିର ଖବର

ବିଜେପି ନେତା ବାଣ୍ଟୁଛନ୍ତି ମାଗଣା ମାସ୍କ ଓ ସାନିଟାଇଜର୍‌

March 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁଣେ : ଭାରତର କିଛି ସହରରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ 11ଟି କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହାକୁ ଦେଖି ମହାରାଷ୍ଟ୍ର ସରକାର ସତର୍କ ହୋଇଛନ୍ତି। ଏହା ସହିତ ନେତାମାନେ ମଧ୍ୟ ଏହି ଭାଇରସ ପ୍ରତି ସତର୍କ ରହି ସଚେତନତା କରୁଛନ୍ତି । କରୋନା ମାମଲା ବୃଦ୍ଧି ଦେଖି ବଜାରରେ ମାସ୍କ ଓ ସାନିଟାଇଜର୍‌ ଦାମ ଆକାଶ ଛୁଆଁ ହୋଇଯାଇଛି । ସେହିପରି ବଜାରରେ ମଧ୍ୟ ଏହାକୁ ନେଇ କଳାବଜାରୀ ହେଉଥିବାର ଖବର ମିଳୁଛି ।

ସାଧାରଣରେ କରୋନାକୁ ନେଇ ବେଶ୍‌ ସଚେତନ ରହୁଥିବାବେଳେ ମାସ୍କ ଓ ସାନିଟାଇଜର୍‌ର ବର୍ଦ୍ଧିତ ଦର ଯୋଗୁଁ ଏହାକୁ କ୍ରୟ କରିବାରେ ଜନତା ବେଶ୍‌ ଅସୁବିଧା ଭୋଗ କରୁଛନ୍ତି । ଜନତାଙ୍କ ଏହି ସମସ୍ୟାକୁ ଦେଖି ନେତାମାନେ ମଧ୍ୟ ନିଜ ନିଜ ନିର୍ବାଚନୀ କ୍ଷେତ୍ରରେ ଜନତାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ନେଉଛନ୍ତି । ପୁଣେର ମହାରାଷ୍ଟ୍ରର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ୍‌ ନିଜ ନିର୍ବାଚନୀ କ୍ଷେତ୍ରର ଜନତାଙ୍କ ପାଇଁ ମାଗଣା ମାସ୍କ ଓ ସାନିଟାଇଜର୍ ବିତରଣ ଆରମ୍ଭ କରିଛନ୍ତି । ପୁଣରେ କରୋନାର ସମ୍ପର୍କିତ 8ଟି ମାମଲା ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ବୃଦ୍ଧି ଯୋଗୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୈଠକ କରିବା ସହିତ ଏହା ଉପରେ କଡା ନଜର ରଖିଛନ୍ତି । ସ୍ବାସ୍ଥ୍ୟ ବିଭାଗ ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ କରିଛନ୍ତି । ଏପରିକି ଆଇପିଏଲ୍‌କୁ ବିନା ଦର୍ଶକରେ ଆୟୋଜିତ କରିବା ନେଇ ଚିନ୍ତା କରାଯାଉଛି ।

ସୂଚନାଯୋଗ୍ୟ,  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 73ରେ ପହଞ୍ଚିଲାଣି । କେରଳରେ 17ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ମହାରାଷ୍ଟ୍ରରେ 11, କର୍ଣ୍ଣାଟକରେ 4, ତାମିଲନାଡୁରେ ଜଣେ, ରାଜସ୍ଥାନରେ 3ଜଣ (ବିଦେଶୀ), ତେଲେଙ୍ଗାନାରେ ଜଣେ, ଜମ୍ମୁକାଶ୍ମୀରରୁ ଜଣେ, ଲଦାଖରୁ ତିନି ଜଣ, ଦିଲ୍ଲୀରୁ 6 ଜଣ, ହରିୟାଣାର 14 ଜଣ (ବିଦେଶୀ), ଉତ୍ତରପ୍ରଦେଶରୁ ମଧ୍ୟ 11ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏଥିରେ ଜଣେ ବିଦେଶୀ ରହିଛନ୍ତି । ସେହିପରି ପଞ୍ଜାବର ଜଣେ କରୋନା ସଂକ୍ରମିତଙ୍କ ମାମଲା ରହିଛି । (ଏଜେନ୍ସି)

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ

September 25, 2026

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

September 25, 2026

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026
Latest News

ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ

September 25, 2026

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଦ ରହିଛି ବିଦେଶୀ ଉଡ଼ାଣ

September 25, 2026

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

September 25, 2026

ବିଜୁ ଜନତା ଦଳ ପକ୍ଷରୁ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା କମିଟି ଘୋଷଣା

September 25, 2026

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.