Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ଅଧିବେଶନ କାଳରେ ରାଜ୍ୟ ସଂଗୀତ ସଂପର୍କରେ ଘୋଷଣା ହେବ : ବାଚସ୍ପତି
ଆଜିର ଖବର

ଚଳିତ ଅଧିବେଶନ କାଳରେ ରାଜ୍ୟ ସଂଗୀତ ସଂପର୍କରେ ଘୋଷଣା ହେବ : ବାଚସ୍ପତି

March 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ’ବନ୍ଦେ ଉତ୍କଳ ଜନନୀ’କୁ ତୁରନ୍ତ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ ଲାଗି ଆଜି ବିଧାନସଭାରେ ତିନୋଟି ପ୍ରମୁଖ ଦଳର ସଭ୍ୟ ଦୃଢ ଦାବି ଜଣାଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ଲାଗି ଶରତ କୁମାର କର ବାଚସ୍ପତି ଥିବାବେଳେ ଜନମତ ନିର୍ବିଶେଷରେ ଗୃହରେ ବଳିଷ୍ଠ ଦାବି ଉତ୍ଥାପିତ ହୋଇଥିଲା । ଫଳରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସେତେବେଳେ ସ୍ବର, ତାଳ, ଲୟ, ସମୟ ଇତ୍ୟାଦି ଧାର୍ଯ୍ୟ କରି ସଂଗୀତର ତିନୋଟି ପଦକୁ ‘ରାଜ୍ୟ ସଂଗୀତ’ ପାଇଁ ଚୂଡାନ୍ତ କରିଥିଲା ଏବଂ ସରକାର ସେଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନିମେନ୍ତ ପ୍ରେରଣ କରିଥିଲା । ପରବର୍ତ୍ତୀ କାଳରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ମଧ୍ୟ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ରାଜ୍ୟ ସଂଗୀତ ପାଇଁ ବନ୍ଦେ ଉତ୍କଳ ଜନନୀର ସ୍ବର, ପଦ, ସମୟ ପ୍ରଭୃତି ଧାର୍ଯ୍ୟ କରିଥିଲା । କିନ୍ତୁ ଦୃଢ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସରକାର ଏ ଦିଗରେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ତେଣୁ ସେଥିରେ ସବୁ ଦଳର ସଭ୍ୟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ବନ୍ଦେ ଉତ୍କଳ ଜନନୀକୁ ସରକାର ଯଥାଶୀଘ୍ର ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ ଲାଗି ଅଡି ବସିଥିଲେ ।

ଗୃହର ଉଦ୍‌ବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏଥିନେଇ ରୁଲିଂ ଦେଇଥିଲେ । ସେ ଦର୍ଶାଇଥିଲେ ଯେ, ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଡାକି ପରାମର୍ଶ କରିବେ ଏବଂ ଚଳିତ ଅଧିବେଶନ କାଳରେ ହିଁ ସେ ବିଷୟରେ ଘୋଷଣା କରିବେ । ଫଳରେ ସେଥିନେଇ ଶୂନ୍ୟକାଳରେ ଗୃହରେ ସେଥିରେ ଉପୁଜିଥିବା ଅସ୍ବାଭାବିକ ପରିସ୍ଥିତିର ପରିସମାପ୍ତି ଘଟିଥିଲା ।

ପ୍ରଥମେ ଶାସକ ବିଜୁ ଜନତା ଦଳ ସଭ୍ୟ ଆମର ପ୍ରସାଦ ଶତପଥୀ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ‘ବନ୍ଦେ ଉତ୍କଳ ଜନନୀ’କୁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ଭିନ୍ନ ଭିନ୍ନ ଢଙ୍ଗରେ ପରିବେଷଣ କରିବା ଯୋଗୁଁ ରାଜ୍ୟ ସଂଗୀତର ମର୍ଯ୍ୟାଦପୂର୍ଣ୍ଣ ହେଉଛି ବୋଲି ସେ ଜଣାଇଥିଲେ । ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଅଭିଯୋଗ ବାଢିଥିଲେ ଯେ, ନାଲିଫିତାର କରାମତି ଯୋଗୁଁ ‘ବନ୍ଦେ ଉତ୍କଳ ଜନନୀ’ ଏଯାବତ୍‌ ରାଜ୍ୟ ସଂଗୀତର ମାନ୍ୟତା ଲାଭ କରିପାରିନାହିଁ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମାତ୍ର 18 ବର୍ଷ ବୟସରେ ରେଭେନ୍‌ସା କଲେଜରେ ପଢୁଥିବାବେଳେ ଏହି କାଳଜୟୀ ସଂଗୀତ ରଚନା କରିଥିଲେ ଏବଂ ଜାତୀୟ ସଂଗ୍ରାମ କାଳରେ ତାଙ୍କର ସମଗ୍ର ପରିବାର ତହିଁରେ ଝାସ ଦେଇଥିଲେ । ଶାସକ ଦଳ ସଭ୍ୟ ପ୍ରଫୁଲ୍ଲ ସାମଲ ଉଲ୍ଲେଖ କରିଥିଲେ ଯେ, ବାଚସ୍ପତିଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସଂଗୀତ ସମ୍ପର୍କରେ ଅଦ୍ୟାବଧି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରୁନାହିଁ । ତେଣୁ ଆସନ୍ତା ବିଧାନସଭା ଅଧିବେନଶନ ପୂର୍ବରୁ ଏହି ସମସ୍ୟାର ସମାଧାନ ଲାଗି ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ସେ ଦୁଇ ହଜାର ମସିହାରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାବେଳେ ’ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ପ୍ରଦାନ ବିଷୟରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଇତିମଧ୍ୟରେ କୋଡିଏ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ପ୍ରସଙ୍ଗ ତଥାପି ଅସମାହିତ ହୋଇ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026
Latest News

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.