କୋରୋନା ମୁକାବିଲା ପାଇଁ ସୁବ୍ରତ ବାଗ୍‌ଚୀଙ୍କ ନେତୃତ୍ବରେ କମିଟି ଗଠନ

Published: Mar 14, 2020, 8:13 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଓଡିଶା ଦକ୍ଷତା ବିକାଶ କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚିଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି । ବାଗ୍‌ଚି ଏହି ଆଇସି ଟିମ୍‌ର ମୁଖ୍ୟ ରହିବେ । ରାଜ୍ୟରେ କୋରୋନା ଭାଇରସ୍‌ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଟିମ୍‌ର ଦାୟିତ୍ବ ରହିବ ବୋଲି ଜଣାପଡିଛି । ସେହିପରି କୋରୋନା ଭାଇରସ୍‌ ସମ୍ପର୍କରେ ଗଣମାଧ୍ୟମକୁ ବାଗ୍‌ଚୀ ହିଁ ସୂଚନା ଦେବେ । ସରକାରଙ୍କ ପକ୍ଷରୁ ସୁବ୍ରତ୍‌ ବାଗ୍‌ଚୀଙ୍କୁ କୋରୋନା ଭାଇରସ୍‌ ସୂଚନା ପାଇଁ ମୁଖପାତ୍ର ଭାବରେ ଘୋଷଣା କରାଯାଇଛି ।

Related posts