କାଲି ମଧ୍ୟପ୍ରଦେଶରେ ଶକ୍ତି ପରୀକ୍ଷା : କମଲ ବନାମ କମଳ

Published: Mar 15, 2020, 8:50 am IST

ଭୋପାଳ: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସଂକଟରେ ଫସିଯାଇଛି । ଏହାରି ମଧ୍ୟରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ମାର୍ଚ୍ଚ ୧୬ ଅର୍ଥାତ ସୋମବାର ବିଧାନସଭାରେ ଶକ୍ତିପରୀକ୍ଷା ଦେବା ପାଇଁ ରାଜ୍ୟସରକାରଙ୍କୁ ଆଦେଶ ଦେଇଛନ୍ତି । କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ କମଲ ନାଥ ସରକାର ପାଇଁ ସଂକଟ ବଢ଼ିଯାଇଛି । ଭାରତୀୟ ଜନତା ପାର୍ଟି ଶକ୍ତିପରୀକ୍ଷା ପାଇଁ ଦୃଢ଼ ସ୍ଥିତିରେ ଅଛି । ସୋମବାର ମଧ୍ୟପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳ ଅଭିଭାଷଣ ଦେବା ପୂର୍ବରୁ ଗୃହରେ ଶକ୍ତିପରୀକ୍ଷା କରାଯିବ।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ଏବେ ୨୨୮ ଜଣ ବିଧାୟକ ରହିଛନ୍ତି। ସରକାର ଗଢ଼ିବା ପାଇଁ ୧୧୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଏବେ କଂଗ୍ରେସ ସରକାର ପାଖରେ ୧୨୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଯେଉଁଥିରେ ଚାରିଜଣ ସ୍ୱାଧୀନ, ଦୁଇଜଣ ବିଏସପି ବିଧାୟକ ଏବଂ ଗୋଟିଏ ଏସପି ବିଧାୟକ ରହିଛନ୍ତି। ଯଦି ବିଦ୍ରୋହୀ ୨୨ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାଯାଏ, ତାହେଲେ କଂଗ୍ରେସ ପାଖରେ ୧୦୪ ବିଧାୟକ ରହିବେ। ସରକାର ଗଢ଼ିବା ପାଇଁ ୨୦୬ ରହିବ ମ୍ୟାଜିକ ନମ୍ୱର। କଂଗ୍ରେସ ପାଖରେ ମୋଟ୍ ବିଧାୟକ ରହିବେ ମାତ୍ର ୯୨ ଜଣ। ବିଜେପି ପାଖରେ ରହିବ ୧୦୭ ଜଣ। ଏହି ସ୍ଥିତିରେ ଯଦି କମଲନାଥ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ତାହେଲେ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଶିବରାଜ ସିଂହ ଚୌହ୍ୱାନଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ଶନିବାର ରାଜ୍ୟପାଳଙ୍କୁ ଭେଟିଥିଲେ। (ଏଜେନ୍କି)

Related posts