ମଧ୍ୟପ୍ରଦେଶ ହାଇଡ୍ରାମାରେ ଟୁଇଷ୍ଟ୍‌ : ଶକ୍ତିପରୀକ୍ଷା ପୂର୍ବରୁ ବିଧାନସଭା ମୁଲତବୀ

Published: Mar 16, 2020, 12:25 pm IST

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ଡ୍ରାମାରେ ଆଜି ଟୁଇଷ୍ଟ୍‌ ଦେଖିବାକୁ ମିଳିଛି । ଶକ୍ତି ପରୀକ୍ଷା ଦେବା ଆଗରୁ ବିଧାନସଭା ମୁଲତବୀ ହୋଇଛି । କମଲନାଥ ସରକାରଙ୍କ ଉପରେ ରହିଥିବା ସଂକଟ ଏବେ କିଛି ଦିନ ପାଇଁ ଟଳି ଯାଇଛି । ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟ ହେବାକୁ ଥିବାବେଳେ ବିଧାନସଭା କାର୍ଯ୍ୟକାଳକୁ 26 ମାର୍ଚ୍ଚ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବାଚସ୍ପତି ଆଜି ବିଧାନସଭାକୁ ମାର୍ଚ୍ଚ 26 ଯାଏଁ ମୁଲତବୀ ରଖିଛନ୍ତି । ରାଜ୍ୟପାଳ ଲାଲାଜୀ ଟଣ୍ଡନ୍‌ ଆଜି ନିଜ ଅଭିଭାବଷଣରେ ବିଧାୟକମାନଙ୍କୁ ନିୟମ ପାଳନ କରିବାକୁ ଉପଦେଶ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ କଂଗ୍ରେସର 22 ଜଣ ବିଧାୟକ ଇସ୍ତଫା ଦେବା ପରେ କମଲ ନାଥ ସରକାର ସଂକଟରେ ପଡିଯାଇଛି । କରୋନା ପାଇଁ ବିଧାନସଭାର କାର୍ଯ୍ୟକାଳକୁ ସ୍ଥଗିତ ରଖାଯାଇଥିବାର ସୂଚନା ମିଳିଛି। ତେବେ ଜାରି ରହିଥିବା ମଧ୍ୟପ୍ରଦେଶର ସଂକଟ ଆଉ କେତେ ଦିନ ରହିବ, ତାହା ଆସନ୍ତା ମାର୍ଚ୍ଚ 26 ପରେ ଜଣାପଡିବ ।

ତେବେ ଏହି ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟ ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହ୍ବାନ ।

Related posts