ମା’ ମଙ୍ଗଳା ମନ୍ଦିରରେ କରୋନା କଟକଣା

Published: Mar 16, 2020, 12:56 pm IST

କାକଟପୁର : କରୋନାର ଭୟାବହତା ଆଜି ସାରା ବିଶ୍ବ ପାଇଁ ଏବେ ମୁଣ୍ଡବ୍ୟାଥାର କାରଣ ପାଲଟିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଏନେଇ ବେଶ୍‌ ସତର୍କ କରାଯାଉଛି । ସାଧାରଣରେ ସତର୍କତା ରହିବାକୁ ମଧ୍ୟ ଉପଦେଶ ଦିଆଯାଇଛି । ଏପରିକି ମନ୍ଦିର, ସର୍ବସାଧାରଣ ସ୍ଥଳ, ମଲ୍‌, ପାର୍କ ଆଦି ସବୁକୁ ବନ୍ଦ କରାଯାଇଛି । ଆଜି କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିରରେ ମଧ୍ୟ କରେନା କଟକଣା ଜାରି କରାଯାଇଛି । ମଙ୍ଗଳା ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କୁ ନ ଛାଡିବାକୁ ସେବାୟତଙ୍କୁ ବାରଣ କରାଯାଇଛି । ମନ୍ଦିର ପ୍ରଶାସନ କରେନା ସତର୍କ ନିଷ୍ପତ୍ତି ନେଇ ସେବାୟତଙ୍କୁ ଏହା ମାନିବାକୁ ନିର୍ଦ୍ଦେଶ ଦେଇଛି । ସେହିପରି ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନକୁ ବନ୍ଦ ରଖାଯାଇଥିବାବେଳେ ଜିଲ୍ଲାରେ 144 ଜାରି କରାଯାଇଛି ।

Related posts