ଭାରତୀୟ ବାୟୁସେନାର ପ୍ରଶଂସା କଲେ ସିଦ୍ଧୁ

Published: Feb 26, 2019, 4:02 pm IST
sidhu admires Indian air force for the airstrike

ଫୁଲଓ୍ବାମା ଆକ୍ରମଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଫଶିଥିବା କଂଗ୍ରେସ ନେତା ତଥା କ୍ରିକେଟ୍‌ର ନବଜୋତ ସିଂ ସିଦ୍ଧୁ ଆଜି ପିଓକେର ହୋଇଥିବା ଆକ୍ରମଣକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ଭାରତୀୟ ବାୟୁସେନାକୁ ପ୍ରଶଂସା କରିବା ସେ ଏକ ଟ୍ବିଟ୍‌ କରିଛନ୍ତି । ସେ ଏହି ଟ୍ବିଟ୍‌ରେ ଲେଖିଛନ୍ତି  – ‘ଲୁହା ଲୁହାକୁ କାଟିଥାଏ, ନିଆଁ ନିଆଁକୁ କାଟିଥାଏ, ସାପ ବିଷରୁ ବଞ୍ଚିବାର ଔଷଧ ମଧ୍ୟ ବିଷରୁ ହିଁ ତିଆରି ହୁଏ, ଆତଙ୍କବାଦୀଙ୍କ ବିନାଶ ଅନିବାର୍ଯ୍ୟ । ଭାରତୀୟ ବାୟୁସେନାର ଜୟ ହେଉ । ଜୟ ହିନ୍ଦ୍‌, ଜୟ ହିନ୍ଦ୍‌ କି ସେନା ।’ ଆଉ ଏକ ଟ୍ବିଟ୍‌ରେ ସିଦ୍ଧୁ ଲେଖିଛନ୍ତି ଯେ – ଭୁଲ ଠିକ୍‌ର ଯୁଦ୍ଧରେ ନିରପେକ୍ଷ ରହିହେବ ନାହିଁ। ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସାବାସ୍‌ ଭାରତୀୟ ବାୟୁସେନା । ଜୟ ହିନ୍ଦ । ଗତ ଫେବୃଆରୀ ୧୪  ତାରିଖ ଫୁଲ୍‌ଓ୍ବାମା ଆକ୍ରମଣରେ ୪୦ ଯବାନ୍‌ ଶହୀଦ୍‌ ହେବା ପରେ ସିଦ୍ଧୁ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ଉଚିତ୍‌ ନୁହେଁ ବୋଲି କହିବା ସହିତ କିଛି ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଦେଶ ଉପରେ ଦୋଷ ଦେବା ଠିକ୍‌ ନୁହେଁ ବୋଲି ମନ୍ତବ୍ୟ ରଖିଥିଲେ । ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ପାକିସ୍ତାନକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା ଏବଂ ଏହି କାରଣରୁ ତାଙ୍କୁ ‘ଦ କପିଲ୍‌ ଶର୍ମା ଶୋ’ରୁ ମଧ୍ୟ ବାଦ୍‌ ଦିଆଯାଇଛି ।

Related posts