ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଚାରି ମାସର ଆଗୁଆ ଭତ୍ତା ବଣ୍ଟନ ପାଇଁ ସରକାର ଘୋଷଣା କରିଛନ୍ତି । ଖୁବଶୀଘ୍ର ଏପ୍ରିଲ୍, ମେ, ଜୁନ୍ ଓ ଜୁଲାଇ ପାଇଁ ଭତ୍ତା ବଣ୍ଟନ ହେବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଆଗୁଆ ଭତ୍ତା ମିଳିଲେ ରାଜ୍ୟର 48 ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ସୂଚନା ରହିଛି। ସେହିପରି ଆଗୁଆ ତିନି ମାସର ପିଡିଏସ୍ ସାମଗ୍ରୀ ଦିଆଯିବା ନେଇ ଯୋଜନା ଚାଲିଛି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ।
Tags: