କରୋନା କଟକଣା : ବ୍ୟାଙ୍କ ଓ ଏଟିଏମ୍‌ ପାଇଁ ଜାରି ହେଲା ଗାଇଡ୍‌ ଲାଇନ୍‌

Published: Mar 18, 2020, 3:39 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ଦୃଷ୍ଟିରୁ ରାଜ୍ୟର ବ୍ୟାଙ୍କଗୁଡ଼ିକ ପାଇଁ ଗାଇଡଲାଇନ ଜାରି କରିଛନ୍ତି ।  ଅର୍ଥ ବିଭାଗ ତରଫରୁ ବ୍ୟାଙ୍କକୁ କରୋନା ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।  ବ୍ୟାଙ୍କ ଶାଖା ଓ ଏଟିଏମ୍‌ରେ କରୋନା ସଚେତନତା ପୋଷ୍ଟର ଲଗାଯିବ ବୋଲି ନିର୍ଦ୍ଦେଶରହିଛି । ଏଟିଏମମାନଙ୍କରେ ସାନିଟାଇଜର ରଖିବା ଗାଇଡଲାଇନକୁ ରଖାଯାଇଛି। ଏଥିସହିତ ଏଟିଏମ୍ ଭିତରକୁ ଜଣକରୁ ଅଧିକ ଗ୍ରାହକ ପଶି ପାରିବେ ନାହିଁ ନିର୍ଦ୍ଦେଶ ରହିଛି ।  ଠିକ୍‌ ଭାବେ ଏଟିଏମ୍‌ଗୁଡଇକ ସାନିଟାଇଜ୍‌ ହେଉଛି କି ନାହିଁ ତା’କୁ ଓସ୍‌ଡମା କର୍ମଚାରୀମାନେ ଦେଖିବେ ବୋଲି ନିର୍ଦ୍ଦେଶ ରହିଛି । ଠିକ୍‌ ଭାବେ ସାନିଟାଇଜ୍‌ ନ ହେଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

ସେହିପରି ବ୍ୟାଙ୍କରେ ମଧ୍ୟ ଯଥା ସମ୍ଭବ ଗ୍ରାହକ ପ୍ରବେଶ କରିବା ଉପରେ ଧ୍ୟାନ ଦିଆଯିବାକୁ କୁହାଯାଇଛି । ଘରେ ରହି କିପରି ବ୍ୟାଙ୍କ ସେବା ପାଇପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘରେ ରହି ବ୍ୟାଙ୍କସେବା ପାଇବା ପାଇଁ ଗ୍ରାହକଙ୍କ ପାଇଁ ବ୍ୟବସ୍ଥା କରାଯିବ, ଗ୍ରାହକଙ୍କୁ ଫୋନ୍‌ ଯୋଗେ ସୂଚନା ଦେବାର ବ୍ୟବସ୍ଥା କରାଯିବ। ବ୍ୟାଙ୍କର କର୍ମଚାରୀମାନେ ନିୟମିତ ବ୍ୟବଧାନରେ ହାତ ସଫା ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

Related posts