Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ : ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଦୋଷୀ
ଆଜିର ଖବର

ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ : ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଦୋଷୀ

March 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦୀର୍ଘ ସାତ ବର୍ଷ ଓ ତିନି ମାସ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଡେରିରେ ହେଉ ପଛେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇଛି । ସକାଳ 5.30 ମିନିଟ୍‌ରେ ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଦୁଷ୍କର୍ମକାରୀ- ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ଗତକାଲି ଦିଲ୍ଲୀର ପଟିଆଲା ହାଇସକୋର୍ଟ ମୃତ୍ୟୁର ପରୱାନା ଉପରେ ରୋକ ଲଗାଇବାକୁ ମନା କରିବା ପରେ ଏହି ଚାରି ନରାହନ୍ତା ରାକ୍ଷସଙ୍କୁ ଆଜି ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି ।

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ତିନି ତିନି ଥର ଡେଥ୍‌ ୱାରେଣ୍ଟ ଜାରି କରାଯାଇଥିଲା । କିନ୍ତୁ ଆଇନର ଗଳା ବାଟ ଦେଇ ବର୍ତ୍ତି ଚାଲିଥିଲେ ଦୋଷୀ। କିନ୍ତୁ ତାଙ୍କର ସବୁ ଚାଲ୍‌ ଫେଲ୍‌ ମାରିଛି । ଦୋଷୀଙ୍କୁ ଦଣ୍ଡ ମିଳିଛି । କିନ୍ତୁ ଚତୁର୍ଥଥର ଡେଥ୍‌ ଓ୍ବାରଣ୍ଟେକୁ ଟାଳିବା ପାଇଁ ତାଙ୍କ ଓକିଲ ବେଶ୍‌ ପରିଶ୍ରମ କରିଥିଲେ ।  କିନ୍ତୁ ଏହା ଫେଲ୍‌ ମାରିଥିଲା। ମଝି ରାତିରେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ ଦୋଷୀଙ୍କ ଓକିଲ। ଦିଲ୍ଲୀ ହାଇକୋର୍ଟର ଦୁଇ ଜଣ ବିଚାରପତି ସ୍ୱତନ୍ତ୍ର ଭାବେ ମଝି ରାତିରେ ଏହି ଆବେଦନର ଶୁଣାଣି କରିଥିଲେ । ପ୍ରାୟ ୯୦ ମିନିଟର ଶୁଣାଣି ପରେ ଫାଶୀ ରୋକିବାକୁ ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ତେବେ ଏହା ପରେ ଦୋଷୀଙ୍କ ଓକିଲ ସୁପ୍ରିମକୋର୍ଟରେ ପୁଣି ଫାଶୀ ରୋକିବାକୁ ଆବେଦନ କରିଥିଲେ । ଅଧ ରାତ୍ରିରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଜଷ୍ଟିସ୍ ଭାନୁମତିଙ୍କ ଖଣ୍ଡପୀଠ ଶୁଣାଣି କରି ଦୋଷୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଥିଲେ ।

ସୂଚନାଯୋଗ୍ୟ, 2012 ଡିସେମ୍ବର 16 ତାରିଖରେ ଚଳନ୍ତା ବସ୍‌ରେ ମେଡ଼ିକାଲ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ସାରା ଦେଶ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଥିଲେ । ନିର୍ଭୟାଙ୍କ ମା’ ଆଶାଦେବୀ ପ୍ରାୟ ସାଢେ ସାତ ବର୍ଷ ଧରି ନ୍ୟାୟ ପାଇଁ ଲଢେଇ ଜାରି ରଖିଥିଲେ ।  ନିର୍ଭୟାଙ୍କ ଦୋଷୀଙ୍କୁ ସଜ୍ଜା ଦେବା ପାଇଁ ତାଙ୍କ ମା’ ଦିଲ୍ଲୀ ଅଦାଲତରୁ ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ଯାଇଥିଲେ । ଅଦାଲତରେ ଏହି ମାମଲାର ଶୁଣାଣି ସମୟରେ ନିର୍ଭୟା କାଣ୍ଡର ଅନ୍ୟତମ ଦୋଷୀ ରାମ ସିଂହ ଜେଲ୍‌ରେ ଆତ୍ମହତ୍ୟା କରିଥିଲେ ।

ପରିଶେଷରେ ଶୁକ୍ରବାର ଦିନ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।  ଦୋଷୀଙ୍କୁ ଫାଶୀ ହେବା ପରେ ନିର୍ଭୟାଙ୍କ ମା’ ଆଶାଦେବୀ କେନ୍ଦ୍ର ସରକାର, ରାଷ୍ଟ୍ରପତି ଓ କୋର୍ଟକୁ ଧନ୍ୟବାଦ ଜଣାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025
Latest News

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.