ନୂଆଦିଲ୍ଲୀ : ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଫାଶୀରେ ଝୁଲିଲେ ଚାରି ଦୋଷୀ । ଦିଲ୍ଲୀର ତିହାର୍ ଜେଲ୍ରେ ସକାଳ 5.30ରେ ନରହନ୍ତାଙ୍କୁ ମିଳିଲା ଫାଶୀ । ନିର୍ଭୟା ଦୋଷୀମାନଙ୍କୁ ଫାଶୀ ହେବା ପରେ ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି ।
ଦୋଷୀଙ୍କୁ ଫାଶୀ ଦିଆଯିବା ପୂର୍ବରୁ କେମିତି ଥିଲା ଶେଷ ଘଣ୍ଟା
ଫାଶୀ ଦେବା ପୂର୍ବରୁ ତିହାର୍ ଜେଲର କିଛି ଅଧିକାରୀ ଫାଶୀ ଘର ପାଖରେ ପହଞ୍ଚିଥିଲେ । ଯେଉଁମାନଙ୍କ ଉପସ୍ଥିତରେ ଏହି ଫାଶୀର ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା । ଫାଶୀ ଫନ୍ଦାକୁ ଯିବା ପୂର୍ବରୁ ଦୋଷୀମାନଙ୍କୁ ଗାଧୋଇବା ତଥା କପଡା ବଦଳାଇବା ପାଇଁ କୁହାଯାଇଥିଲା । କିନ୍ତୁ ଦୋଷୀ ବିନୟ କପଡା ବଦଳାଇବାକୁ ମନା କରିବା ସହିତ କାନ୍ଦି କାନ୍ଦି କ୍ଷମା ମାଗିଥିଲେ।
- ଫାଶୀ ଦିଆଯିବାର ଘଣ୍ଟାଏ ପୂର୍ବରୁ ଅର୍ଥାତ୍ ସମୟ 4ଟା ସମୟରେ ଦୋଷୀଙ୍କୁ ଉଠାଯାଇଥିଲା। ଗାଧେଇବା ପାଇଁ କୁହାଯାଇଥିଲା ।
- ଏହାପରେ ଜେଲ୍ ପ୍ରଶାସନ ତରଫରୁ ତାଙ୍କୁ ଚା’ ଜଳଖିଆ ପାଇଁ ପଚରାଯାଇଥିଲା । କିନ୍ତୁ କୌଣସି ଦୋଷୀ କିଛି ଖାଇନଥିଲେ ।
- ଏହା ପରେ ଜେଲ୍ ପ୍ରଶାସନ ଦୋଷୀମାନଙ୍କୁ ତାଙ୍କର ଶେଷ ଇଚ୍ଛା ସମ୍ପର୍କରେ ପଚାରିଥିଲେ ।
- ଠିକ୍ 5.30 ମିନିଟ୍ରେ ଦୋଷୀଙ୍କୁ ତିହାର୍ ଜଲେର ଫାଶୀ ଦିଆଯାଇଥିଲା ।
ଫାଶୀ ଦିଆଯିବା ପୂର୍ବରୁ ତିହାର୍ ଜେଲ୍ ବାହାରେ ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା । ଦିଲ୍ଲୀର ସ୍ଥାନୀୟ ଲୋକ, କିଛି ସ୍ବେଚ୍ଛାସେବୀ ଜେଲ୍ ଆଗରେ ଉପସ୍ଥିତ ରହିଥିଲେ । ଫାଶୀ ଦିଆଯିବା ପରେ ସେଠାରେ ଉପସ୍ଥିତ ଲୋକମାନେ ବେଶ୍ ଖୁସି ହେବା ସହିତ ମିଠାଇ ବଣ୍ଟନ କରିଥିଲେ ।