କରୋନା ପାଇଁ ବିଶ୍ବର ଅଧା ଦେଶ ଏବେ ଲକ୍‌ ଡାଉନ୍‌ରେ

Published: Mar 24, 2020, 11:42 am IST

ନୂଆଦିଲ୍ଲୀ : ଲଣ୍ଡନରୁ ଚିକୋଗା, ରୋମରୁ ନାଇଜେରିଆ ପର୍ଯ୍ୟନ୍ତ ଦୁନିଆର ପ୍ରାୟ ସମସ୍ତ ଅଂଶରେ ଲାଗୁ ହୋଇଛି ଲକ୍‌ ଡାଉନ୍‌ । ଦୁନିଆର ଅର୍ଦ୍ଧାଧିକ ଦେଶ ଏବେ ଲକ୍‌ ଡାଉନ୍‌ରେ ରହିଛନ୍ତି । ଆମେରିକା, ଚୀନ୍‌, ଇଟାଲୀ, ଫ୍ୟାନ୍ସ ପରି ଦେଶ ଗୁଡିକ ପୂର୍ବରୁ ଲକ୍‌ ଡାଉନ୍‌ କରାଯାଇଥିବାବେଳେ ଏବେ ବ୍ରିଟେନ୍‌ ମଧ୍ୟ ଲକ୍‌ ଡାଉନ୍‌ର ଘୋଷଣା କରିଛି । ଲଣ୍ଡନ, ପ୍ୟାରିସ୍‌, ଚିକାଗୋ, କାଲିଫର୍ଣ୍ଣିଆ ଓ ରୋମ ଏବେ ଲକ୍‌ଡାଉନ୍‌ରେ । ସେହିପରି ଭାରତରେ 32ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏବେ  ଲକ୍‌ ଡାଉନ୍‌ରେ ରହିଛି ।

ଲକ୍‌ ଡାଉନ୍‌ରେ ରହିଥିବା ଦେଶଗୁଡିକ ମଧ୍ୟରେ ରହିଛି – ଚୀନ୍‌, ଇଟାଲୀ, ଫ୍ରାନ୍ସ, ଇରାନ୍‌, ସ୍ପେନ୍‌, ଆମେରିକା, ବ୍ରିଟେନ୍‌, ୟୁରୋପ, ଦକ୍ଷିଣ ଆଫ୍ରିକା, କଲୋମ୍ବିଆ, ବାହାରିନ୍‌, ଜୋର୍ଡାନ୍‌, ଇସ୍ରାଏଲ୍‌, ବେଲିଜିୟମ୍‌, ଶ୍ରୀଲଙ୍କା, ନେପାଳ,କାଙ୍ଗୋ, ନାଇଜେରିଆ, ଟ୍ୟୁନୋସିଆ ପ୍ରମୁଖ । ସେହିପରି ଫିନଲାଣ୍ଡ ମଧ୍ୟ ଲକ୍‌ ଡାଉନ୍‌ କରିବାର ପ୍ରସ୍ତୁତି କରୁଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 626 ରହିଥିବାବେଳେ ଜଣକର ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts