ଭାରତୀୟ ବିଦେଶ ମନ୍ତ୍ରାଳୟ ଏବଂ ବାୟୁସେନା ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବିମାନକୁ ମାରି ଖସାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ବିଦେଶ ସଚିବ କହିଛନ୍ତି, ନିୟନ୍ତ୍ରଣ ସୀମା ରେଖା ଅତିକ୍ରମ କରି ଆଜି ପାକିସ୍ତାନର ଏକ ଯୁଦ୍ଧ ବିମାନ ଭାରତୀୟ ଆକାଶ ସୀମା ଭିତରକୁ ଚାଲିଆସିଥିଲା । ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ପାକିସ୍ତାନ ଯୁଦ୍ଧ ବିମାନ ପଶି ଆସିଥିଲା । ତେବେ ଭାରତୀୟ ବାୟୁସେନାର କଡା ଜବାବରେ ପାକର ଯୁଦ୍ଧ ବିମାନଟି ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇ ତଳେ ପଡିଯାଇଥିଲା । ତେବେ ଏହି ଅପରେସନ ବେଳେ ଭାରତର ମଧ୍ୟ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଜଣେ ପାଇଲଟ ଏବେ ନିଖୋଜ ଅଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ କହିଛି । ଜଣେ ଭାରତୀୟ ପାଇଲଟ୍କୁ କବ୍ଜାରେ ରଖିଥିବାର ପାକିସ୍ତାନ ଦାବି କରୁଛି । ତେବେ ପାକିସ୍ତାନର ଦାବି କେତେ ଦୂର ସତ , ତାହା ନେଇ ଏବେ ଯାଂଚ କରାଯାଉଛି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପାକିସ୍ତାନ ଟୁଇଟ୍ କରି ପ୍ରକାଶ କରିଛି ଯେ ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡରଙ୍କୁ ଏବେ ପାକିସ୍ତାନ ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଭାରତର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଜଣେ ପାଇଲଟ୍ ନିଖୋଜ ଅଛନ୍ତି: ବୈଦେଶିକ ମନ୍ତ୍ରଣାଳୟ
Published:
Feb 27, 2019, 4:52 pm IST
Tags: airstrike, thesamikhsya