କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଦେଖିବାକୁ ମିଳିଲା ସୋସିଆଲ୍‌ ଡିଷ୍ଟାସିଂ : ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ ଏକ ମିଟର ଦୂରତ୍ବ ରଖି କଲେ ଆଲୋଚନା

Published: Mar 25, 2020, 1:43 pm IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଷ୍ଟ୍ରକୁ ସମ୍ବୋଧିତ କରି 21 ଦିନ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରିବା ସହ ସାମାଜିକ ଦୂରତ୍ବ ସମ୍ପର୍କରେ କହିଥିଲେ । ଏହି ଲକ୍‌ ଡାଉନ୍‌ ସମୟରେ ଘରୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ସାମାଜିକ ଦୂରତ୍ବକୁ ପାଳନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍‌ ପରେ ଏହାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ସୋସିଆଲ ଦୂରତ୍ବକୁ ଠିକ୍‌ ରୂପେ ପାଳନ କରୁଥିବାର ଦେଖିବାକୁ ମିଳିଛି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଏହାର ନଜର ଦେଖିବାକୁ ମିଳିଛି । ଏହି ବୈଠକରେ ସମସ୍ତ ମନ୍ତ୍ରୀ ଏକ ମିଟର ଦୂରରେ ବସିଥିବାର ଦେଖାଯାଇଥିଲା ।

କରୋନା ସମ୍ପର୍କିତ ଚର୍ଚ୍ଚା କରାଯିବା ପାଇଁ ଏହି ବୈଠକ ଡକାଯାଇଥିଲା । ଏହି ଅବରରେ ସମସ୍ତ ମନ୍ତ୍ରୀଙ୍କ ଚେୟାରକୁ ଏକ ମିଟର ଦୂରରେ ରଖାଯାଇଥିଲା । ଯେପରିକି ସାମାଜିକ ଦୂରତ୍ବର ବ୍ୟବଧାନକୁ ଠିକ୍‌ ରୂପେ ପାଳନ କରି ହେବ । ସାମାଜିକ ଦୂରତ୍ବ ରଖିବା ଦ୍ବାରା କରୋନା ସଂକ୍ରମିତ ହୋଇପାରିବ ନାହିଁ ବୋଲି ଏକ୍ସପର୍ଟସ୍‌ ମତ ଦେଇଛନ୍ତି ।

ସେହିପରି ଲକ୍‌ ଡାଉନ୍‌ର ପ୍ରଥମ ଦିନ ବୁଧବାର ଦିନ ବିଭିନ୍ନ ସ୍ଥାନରେ କ୍ଷୀର, ପରିବା ଆଦି ବିକ୍ରୟ ସ୍ଥାନରେ ଧଳାରେ ଏକ ଗୋଲାକାର କରାଯାଇଥିଲା । ଦୋକାନ ବାହାରେ ଏକ ମିଟର ଦୂରରେ  ଏକ ଗୋଲାକାର ଚିତ୍ର କରାଯାଇଥିଲା । ଲୋକମାନେ ଏହି ସେହି ଗୋଲାକାର ଉପରେ ଜଣେ ଅନ୍ୟ ଜଣକଙ୍କଠାରୁ ଅତି କମ୍‌ରେ ଗୋଟିଏ ମିଟର ଦୂରରେ ଠିଆ ହୋଇ  ଜିନିଷପତ୍ର କିଣାକିଣି କରିଥିଲେ । ଲୋକଙ୍କ ଭିତରେ ସାମାଜିକ ଦୂରତ୍ବ ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । (ଏଜେନ୍ସି)

Related posts