Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଦେଖିବାକୁ ମିଳିଲା ସୋସିଆଲ୍‌ ଡିଷ୍ଟାସିଂ : ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ ଏକ ମିଟର ଦୂରତ୍ବ ରଖି କଲେ ଆଲୋଚନା
ଆଜିର ଖବର

କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଦେଖିବାକୁ ମିଳିଲା ସୋସିଆଲ୍‌ ଡିଷ୍ଟାସିଂ : ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ ଏକ ମିଟର ଦୂରତ୍ବ ରଖି କଲେ ଆଲୋଚନା

March 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଷ୍ଟ୍ରକୁ ସମ୍ବୋଧିତ କରି 21 ଦିନ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରିବା ସହ ସାମାଜିକ ଦୂରତ୍ବ ସମ୍ପର୍କରେ କହିଥିଲେ । ଏହି ଲକ୍‌ ଡାଉନ୍‌ ସମୟରେ ଘରୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ସାମାଜିକ ଦୂରତ୍ବକୁ ପାଳନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍‌ ପରେ ଏହାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ସୋସିଆଲ ଦୂରତ୍ବକୁ ଠିକ୍‌ ରୂପେ ପାଳନ କରୁଥିବାର ଦେଖିବାକୁ ମିଳିଛି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଏହାର ନଜର ଦେଖିବାକୁ ମିଳିଛି । ଏହି ବୈଠକରେ ସମସ୍ତ ମନ୍ତ୍ରୀ ଏକ ମିଟର ଦୂରରେ ବସିଥିବାର ଦେଖାଯାଇଥିଲା ।

କରୋନା ସମ୍ପର୍କିତ ଚର୍ଚ୍ଚା କରାଯିବା ପାଇଁ ଏହି ବୈଠକ ଡକାଯାଇଥିଲା । ଏହି ଅବରରେ ସମସ୍ତ ମନ୍ତ୍ରୀଙ୍କ ଚେୟାରକୁ ଏକ ମିଟର ଦୂରରେ ରଖାଯାଇଥିଲା । ଯେପରିକି ସାମାଜିକ ଦୂରତ୍ବର ବ୍ୟବଧାନକୁ ଠିକ୍‌ ରୂପେ ପାଳନ କରି ହେବ । ସାମାଜିକ ଦୂରତ୍ବ ରଖିବା ଦ୍ବାରା କରୋନା ସଂକ୍ରମିତ ହୋଇପାରିବ ନାହିଁ ବୋଲି ଏକ୍ସପର୍ଟସ୍‌ ମତ ଦେଇଛନ୍ତି ।

ସେହିପରି ଲକ୍‌ ଡାଉନ୍‌ର ପ୍ରଥମ ଦିନ ବୁଧବାର ଦିନ ବିଭିନ୍ନ ସ୍ଥାନରେ କ୍ଷୀର, ପରିବା ଆଦି ବିକ୍ରୟ ସ୍ଥାନରେ ଧଳାରେ ଏକ ଗୋଲାକାର କରାଯାଇଥିଲା । ଦୋକାନ ବାହାରେ ଏକ ମିଟର ଦୂରରେ  ଏକ ଗୋଲାକାର ଚିତ୍ର କରାଯାଇଥିଲା । ଲୋକମାନେ ଏହି ସେହି ଗୋଲାକାର ଉପରେ ଜଣେ ଅନ୍ୟ ଜଣକଙ୍କଠାରୁ ଅତି କମ୍‌ରେ ଗୋଟିଏ ମିଟର ଦୂରରେ ଠିଆ ହୋଇ  ଜିନିଷପତ୍ର କିଣାକିଣି କରିଥିଲେ । ଲୋକଙ୍କ ଭିତରେ ସାମାଜିକ ଦୂରତ୍ବ ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

May 3, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026
Latest News

ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

May 3, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.