ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ 500 କୋଟି ଟଙ୍କା ପ୍ରଦାନ କଲା ଓଏମସି

Published: Mar 25, 2020, 1:54 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କାରୋନା ଏବେ ସାରା ବିଶ୍ଵ ରେ ମହାମାରୀ ସୃଷ୍ଟି କରିଛି । ଏହାକୁ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପାଇଁ  ମୁଖ୍ୟମନ୍ତ୍ରୀ ସମାଜର ସମସ୍ତ ବର୍ଗକୁ ଅପିଲ କରିଛନ୍ତି । କାରୋନାକୁ  ଦୃଷ୍ଟିରେ ରଖି  ରାଜ୍ୟ ସରକାରଙ୍କ କାରୋନା ବିରୋଧୀ ଅଭିଯାନକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଶା ଖଣି ନିଗମ। ଏହା ଛଡା ଫେବୃଆରୀରେ ଓଏମସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 100କୋଟି ଟଙ୍କା ପ୍ରଦାନ କରି ସାରିଛି। ଆହୁରି ମଧ୍ୟ ରାଜ୍ୟରେ କରୋନା ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଓଏମସିର ନିର୍ଦ୍ଦେଶକ ମଣ୍ଡଳୀ 2019-20 ବର୍ଷର ଆଗୁଆ ଲାଭାଂଶରୁ 250 କୋଟି ପ୍ରଦାନ କରିବାକୁ ସ୍ଥିର କରିଛନ୍ତି ।

Related posts