Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକାଦଶାହ ଭୋଜିରୁ ୧୧ ଜଣଙ୍କୁ ଉଠାଇନେଲା କୁଜଙ୍ଗ ପୋଲିସ
ଆଜିର ଖବର

ଏକାଦଶାହ ଭୋଜିରୁ ୧୧ ଜଣଙ୍କୁ ଉଠାଇନେଲା କୁଜଙ୍ଗ ପୋଲିସ

March 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ପୁଲିସ ଆଜି ପୂର୍ବାହ୍ନ ସମୟରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଏପିଡ଼େମିକ ଡ଼ିଜିଜ ଆକ୍ଟ ୧୯୭୮ ଆଇନ୍ ବଳରେ ଏକାଦଶାହ ପାଳନ ଅବସରରେ ବ୍ରାହ୍ମଣ ଭୋଜନରେ ବସିଥିବା ୮ ଜଣ ବ୍ରାହ୍ମଣ ଏବଂ ତିନିଜଣ ଗୃହକର୍ତ୍ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫପରେ ଆଜି ଅପରାହ୍ନରେ ସେମାନଙ୍କୁ ସ୍ଥାନୀୟ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ଆଜି ପ୍ରଚାର ହେବାପରେ ସ୍ଥାନୀୟ ମହଲରେ କୋକୁଆ ଭୟ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ଯେ, କୁଜଙ୍ଗଥାନା ଗୋପିଆକୁଦ ପଂଚାୟତ ଅନ୍ତର୍ଗତ ନୂଆବାଲିସାହି ଗ୍ରାମରେ ଆଜି ଜନୈକ ବ୍ୟକ୍ତିଙ୍କ ଏକାଦଶାହ ଉତ୍ସବ ପାଳନ କରାଯାଉଥିଲା। ସମ୍ପ୍ରତି କରୋନା ସଙ୍କ୍ରମଣ ଯୋଗୁ ରାଜ୍ୟରେ ସରକାର କୌଣସି ସଭାସମିତି, ସାମାଜିକ କାର୍ଯ୍ୟକ୍ରମ ତଥା ଏକାଧିକ ବ୍ୟକ୍ତି ମାନଙ୍କ ସମାଗମକୁ ଏପିଡ଼େମିକ ଡ଼ିଜିଜ ଆକ୍ଟ ୧୯୮୭ ବଳରେ ନିଷିଦ୍ଧ ଘୋଷଣା କରିଥିବାବେଳେ ବ୍ରାହ୍ମଣ ଭୋଜନ କରୁଥିଲେ। କୌଣସି ସୂତ୍ରରୁ ସୂଚନାପାଇ କୁଜଙ୍ଗ ପୁଲିସ ଘଟଣା ସ୍ଥଳରେ ଚଢଉ କରିଥିଲା। ଚଢଉ ସମୟରେ ସେଠାରେ ଉପସ୍ଥିତ ଥିବା ଗୃହକର୍ତ୍ତା ସଞ୍ଜୟ କୁମାର ପଲେଇ, ଅଶୋକ କୁମାର ପଲେଇଙ୍କ ସମେତ ଅମୀୟ ଦାଶ, ଶିଶିର ନନ୍ଦ, ପୂର୍ଣ୍ଣଚନ୍ଦ୍ର ଦାଶ, ସଞ୍ଜୟ ନନ୍ଦ, ଜୟଦେବ ମିଶ୍ର, ଯୋଗେନ୍ଦ୍ରନାଥ ଦାଶ, ରଶ୍ମୀରଞ୍ଜନ ଦାଶ, ମହ୍ଲାସାହିର ପ୍ରଦୀପ୍ତ ପାଣି ପ୍ରମୁଖଙ୍କୁ ଗିରଫ କରିଥିଲା। ଏନେଇ କେସ ନମ୍ବର ୯୩/୨୦ ରେ ୧୮୮,୨୯, ୨୭୦ ଆଦି ବଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି। ତେବେ ଗିରଫପରେ କୁଜଙ୍ଗ ପୁଲିସ ଅଭିଯୁକ୍ତ ମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିବା ଜଣାପଡ଼ିଛି। ଏଏସଆଇ ଦେବେନ୍ଦ୍ରେ କୁମାର ସାହୁଙ୍କ ଲିଖିତ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଏହି ଏପିଡ଼େମିକ ଡ଼ିଜିଜ୍ ଆକ୍ଟକୁ ଯିଏବି ଉଲଙ୍ଘନକରୁ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ମାର୍ଟିନ ସ୍କ୍ରୋଏଟର

August 22, 2025

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025

ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆର ବିଶେଷ ଚାହିଦା

August 22, 2025
Latest News

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ମାର୍ଟିନ ସ୍କ୍ରୋଏଟର

August 22, 2025

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025

ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆର ବିଶେଷ ଚାହିଦା

August 22, 2025

ରେକର୍ଡ ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ଭାରତୀୟ ରେଳବାଇ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.