ହୁଓ୍ବଇ : ଦୁନିଆର ପ୍ରାୟ ଅର୍ଦ୍ଧେକ ଦେଶ ଏବେ ଲକ୍ ଡାଉନ୍ ଅବସ୍ଥାରେ। ବଜାର ବନ୍ଦ, ସରକାରୀ ଅଫିସ୍ରେ ତାଲା, ଯାତାୟତରେ ପ୍ରତିବନ୍ଧକ। ସବୁଠି ତାଲା ବନ୍ଦ। ଲୋକେ ଏବେ ଗୃହ ବନ୍ଦୀ। ଚୀନ୍ର ବୁହାନ ସହରରୁ ସାରା ଦୁନିଆକୁ ବ୍ୟାପିଥିବା ଏହି କରୋନା ଭାଇରସ ପାଇଁ ଏବେ ସମସ୍ତ ରାଷ୍ଟ୍ର ଏବେ ଲକ୍ ଡାଉନ୍କୁ ଆପଣେଇଛନ୍ତି। କିନ୍ତୁ ଏବେ ଚୀନ୍ରେ ଜୀବନ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ହୁଓ୍ବଇ ପ୍ରାନ୍ତରେ ଲୋକମାନେ ବାହାରକୁ ବାହାରୁଛନ୍ତି। ଚୀନ୍ରେ ଏବେ ଲୋକମାନେ କାମ କରିବାକୁ ଯାଉଛନ୍ତି। ପ୍ରାୟ ଦୁଇ ମାସ ପରେ ଲୋକେ ଘରୁ ପଦାକୁ ବାହାରିଛନ୍ତି। ବଜାର, ମଲ୍, ହସ୍ପିଟାଲ୍ ଆଦି ଜାଗାକୁ ଯାଉଛନ୍ତି।
ହଓ୍ବାଇରେ ଯାତାୟତରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ଏଠାରେ ଟ୍ରେନ୍ ଓ ବସ୍ ସେବା ଆରମ୍ଭ ହୋଇଛି। ଅଫିସ୍, କାରଖାନା ଆଦି ଖୋଲିଲାଣି। ମାସ୍କ, ଜିପର୍ ବ୍ୟାଗ୍ ଆଦି କରୋନା ସହ ଲଢେଇ କରିବା ପାଇଁ ଜିନିଷ ପ୍ରସ୍ତୁତି ଲାଗି ପଡିଲାଣି ଚୀନ୍।
ଚୀନ୍ରେ ମଙ୍ଗଳବାର ଦିନ ମୋଟ 47ଟି କରୋନା ସମ୍ପର୍କିତ ମାମଲା ସାମ୍ନାକୁ ଆସିଥିଲା। ବିଗତ ସପ୍ତାହରେ ଏହି ସଂଖ୍ୟା 78 ରହିଥିଲା। ଚୀନ୍ରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବହୁ ହ୍ରାସ ଘଟୁଛି। ଏପ୍ରିଲ୍ 8ରେ ବୁହାନ ସହରରରୁ ଲକ୍ ଡାଉନ୍କୁ ପ୍ରତ୍ୟାହାର କରିଦିଆଯିବ। କିନ୍ତୁ ଏବେବି ଲୋକମାନେ ମାସ୍କ ବ୍ୟବହାର କରି ବାହାରକୁ ଆସୁଛନ୍ତି। କରୋନା ନିୟମକୁ ପାଳନ କରି ଲୋକେ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରୁଛନ୍ତି। ସେହିପରି ଅଫିସ୍ ଓ କାରଖାନାରେ ଲୋକଙ୍କୁ ପ୍ରାୟ 30 ମିନିଟ୍ ପର୍ଯ୍ୟନ୍ତ କରୋନା ପରୀକ୍ଷା କରାଯାଉଛି। ସମସ୍ତେ ହେଲଥ କୋର୍ଡସ୍ ମାନୁଛନ୍ତି।