ଲକ୍‌ ଡାଉନ୍‌ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଖୋଲା ଗଲା 24 ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌

Published: Mar 26, 2020, 3:36 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ପାଇଁ  ରାଜ୍ୟ ସରକାରଙ୍କ ତରଫରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଆଜିଠାରୁ ଏହି କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଆଇପିଏସ୍ ଅମିତାଭ ଠାକୁର ଏହାର ପରିଚାଳନା ଦାୟିତ୍ୱରେ ରହିବେ । ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଗୃହ ବିଭାଗ ପକ୍ଷରୁ 0674 – 2392115 ଏବଂ 9438915986 ଦୁଇଟି ଫୋନ୍ ନମ୍ବର ଜାରି କରାଯାଇଛି ।

ମହାମାରୀ କରୋନାର ପ୍ରକୋପ ରୋକିବା ପାଇଁ ଲକ୍‌ ଡାଉନ୍‌ର  ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଉପୁଜିଥିବା ସମସ୍ୟ ସମ୍ପର୍କରେ ଲୋକ ଏହି କଣ୍ଟ୍ରୋଲ ରୁମ୍‌କୁ ଫୋନ କରି ଜଣାଇପାରିବେ । ଲକ୍‌ ଡାଉନ୍‌ ଓ ବାହାରେ ଥିବା ଓଡ଼ିଆଙ୍କ କଥା ବୁଝିବ କଣ୍ଟ୍ରୋଲ୍‌ ରୁମ୍‌ ।

ସେହିପରି ମାଲ୍‌ ପରିବହନ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ମାଲ୍‌ ପରିବହନ ପାଇଁ ଓଡ଼ିଶା ପୋଲିସ ତରଫରୁ ଜାରି ହୋଇଥିବା ହେଲ୍ପଲାଇନ୍‌ ନମ୍ବର ହେଉଛି 0674-2620200। ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ମିଶ୍ର ଏହାର ଦାୟିତ୍ବ ବୁଝିବେ ।

Related posts